ସଙ୍ଗୀତର ତାଳେ ତାଳେ ଝୁମିଲେ ଦର୍ଶକ


ସମ୍ୱଲପୁର: ଅଇଁଠାପାଲି ପିଏଚଡ଼ି ପଡିଆ ଠାରେ ଆୟୋଜିତ ଶୀତ ମହୋତ୍ସବ ୩ୟ ସନ୍ଧ୍ୟାକୁ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର ଶୁଭାରମ୍ଭ କରିଥିଲେ । ବିକାଶ ଫାଷ୍ଟ ଷ୍ଟେପ ସ୍କୁଲର ୨ୟ ଶ୍ରେଣୀ ଛାତ୍ରୀ ଶ୍ରୀମୟୀ ମିଶ୍ର ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ସ୍ଵାଧୀନ, ପଲ୍ଲବୀ, ସାଗର, ସୁଚିତ୍ରା, ତପସ୍ଵିନୀ, ଯୁଗଳ, ଆଶାରାଣୀ, ସ୍ୱାଗତିକା, ବିଭୂତି ପ୍ରମୁଖ ଭଜନ ଓ ଆଧୁନିକ ସଙ୍ଗୀତ ପରିବେଷଣ କରିଥିଲେ । ସମୀର ଦାଶଙ୍କ କଣ୍ଠରୁ ତୋତେ ଗାଇ ଦେଲେ ତୁ ଗୀତ ହୋଇ ଯାଉ…….। ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ….. ତପସ୍ଵିନୀ ମହାପାତ୍ର ଗାନ କରିଥିଲେ । ଲୋକପ୍ରିୟ ସଙ୍ଗୀତ ଶୁଣି ଦର୍ଶକ ମାନେ ଶୀତ ସତ୍ତ୍ୱେ ବିଭୋର ହୋଇ
ଗୀତର ତାଳେ ତାଳେ ଝୁମି ଥିଲେ । ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ସୁବାସ ଭୋଇ, ଭାଗିରଥି ସିଂ ଦେଓ, ଶ୍ରୀକାନ୍ତ ନାୟକ, ଅମିର ମହାନନ୍ଦ ସହଯୋଗ କରିଥିଲେ । ରାମାଶିସ ତ୍ରିପାଠୀ ଓ ଅମୂତ୍ର ସାଗର ପଣ୍ଡା
ମଞ୍ଚ ସଂଯୋଜନା କରିଥିଲେ। ଆୟୋଜକ କମିଟି ଅଧ୍ୟକ୍ଷ ମହମ୍ମଦ ପରଭେଜ ଅଲ୍ଲୀ ଖାନ୍, ସଂଯୋଜକ ତ୍ରିଲୋଚନ ତ୍ରିପାଠୀ, ଆବାହକ ହମିଦ ରହେମାନ୍, ସହ ଆବାହକ ଦେବାଶିଷ ପାଢ଼ୀ, ଗଣ ମାଧ୍ୟମ ସଂଯୋଜକ ସତ୍ୟଜିତ ମହାପାତ୍ର ମଞ୍ଚାସିନ ଥିଲେ । ସୂଚନାଯୋଗ୍ୟ, ଏହି ମହୋତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ସେହିପରି ବିକ୍ରିବଟା ଓ ଚଟପଟି ଖାନା ଲାଗି ଶତାଧିକ ଷ୍ଟଲ୍ ରହିଛି । ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର ଆଦିର ମଜା ଉଠାଉଛନ୍ତି ।