Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ କମ୍ୟୁନିଟି ସେଣ୍ଟର ଠାରେ ଜନ୍ମ ଜୟନ୍ତୀରେ ଡ଼ଃ ରାଧାନାଥ ରଥ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପରାମର୍ଶ ଦାତା କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରବୀଣ ସାମ୍ବାଦିକ, ଅନନ୍ୟ ଜନସେବକ, ପୂର୍ବତନ ମନ୍ତ୍ରୀ ତଥା ଲୋକ ସେବକ ମଣ୍ଡଳର ପ୍ରାକ୍ତନ ସଭାପତି ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀରେ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣ କରାଯାଇ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଅଛି |
ପ୍ରଥମେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ବରପୁତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା |
ଲୋକ ସେବକ ମଣ୍ଡଳ ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଶାସକ ରଘୁନାଥ ମିଶ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ କୋଷାଧ୍ୟକ୍ଷ ପ୍ରଭାସ କୁମାର ଅଗ୍ରୱାଲ, କମ୍ୟୁନିଟି ସେଣ୍ଟର ର ମ୍ୟାନେଜର ଲୋକନାଥ ରାଉତ, ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର, ସମାଜସେବୀ ବିପିନ ବିହାରୀ ପଣ୍ଡା, ଶ୍ରୀମତୀ ମୀରାବାଈ ପାତ୍ର, ଅମରନାଥ ମହାପାତ୍ର, ସମାଜସେବିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |