Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନ ମାନର କାମ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରତିବାଦ

ସମ୍ବଲପୁର: ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଗିଶ୍ଚନ୍ଦ୍ରପୂର୍ ପଞ୍ଚାୟତ ର ଗିରିଶ୍ଚନ୍ଦ୍ରପୂର୍ କେନାଲ ଅପର ପାର୍ଶ୍ଵ ରେ କଂକ୍ରିଟ ଡ୍ରେନ୍ ଏବଂ ନିର୍ମାଣାଧୀନ ରାସ୍ତାରେ ଥିବା ଗଛକୁ ହଟାଇବା ଲାଗି ପ୍ରଶାସନିକ ଅବହେଳା କୁ ନେଇ ଗତ କାଲି ସ୍ଥାନୀୟ ଲୋକମାନେ ଉପଜିଲ୍ଲାପାଲ ରେଢ଼ାଖୋଲ ଙ୍କୁ ପ୍ରତିବାଦ କରିଥିଲେ।ଅନେକ ସ୍ଥାନରେ ସ୍ୱଳ୍ପ ସିମେଣ୍ଟ ବାଲି ମିଶ୍ରଣକୁ କଂକ୍ରିଟ କାମ ନିମ୍ନ ମାନର ହେଉଥିବା ହେତୁ ସମସ୍ତ ସାଧାରଣ ଲୋକ ଉପଜିଲ୍ଲାପାଳ ଙ୍କୁ ଅସନ୍ତୁଷ୍ଟି ପ୍ରକାଶ କରିଥିଲେ।ଯେପର୍ଯ୍ୟନ୍ତ ରାସ୍ତାରୁ ଗଛ ନହଟିଛି ସେ ପର୍ଯ୍ୟନ୍ତ ଆମ୍ଭେ କାମ କରାଇଦେବୁନାହିଁ ବୋଲି ଗାଁ ଲୋକ ଅଡି ବସିଛନ୍ତି।ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଖୁବ୍ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ସ୍ଥାନୀୟ ଲୋକମାନେ ଆସ୍ଵସ୍ଥି ପ୍ରକାଶ କରିଥିଲେ।ତହସିଲଦାର ନାକଟିଦେଉଳ ଅମର ଜେ ଡୁଙ୍ଗ ଡ଼ୁଙ୍ଗ, ରେଂଜର ଗିରିଶ୍ଚନ୍ଦ୍ରପୂର୍ ସୁରେନ୍ଦ୍ର ପ୍ରଧାନ,ୱାଇଲ୍ଡ ଲାଇଫ ରେଞ୍ଜର,କିସିଣ୍ଡା ଥାନା ସୁରକ୍ଷା କର୍ମି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ