Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଏହି ଅବସରରେ ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ। ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଶ୍ରମିକଙ୍କ ସୁବିଧା ଲାଗି ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ। ଯାହା ଫଳରେ ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ଯିବାକୁ ପଡ଼ିବ ନାହିଁ।

ଜିଲ୍ଲା ମୁଖ୍ୟାଳୟରେ ପୂର୍ବରୁ ୩୨ଟି ଶ୍ରମ କାର୍ଯ୍ୟାଳୟ ରହିଛି। ଅନ୍ୟପଟେ ସୁରଟରେ ଶ୍ରମିକ ମାନଙ୍କ ପାଇଁ ଓଡ଼ିଶା ସାଂସ୍କୃତିକ ଭବନ ନିର୍ମାଣ କରାଯିବ। ଏଥିପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ଥାନ ନିରୁପଣ ପାଇଁ ଗୁଜରାଟ ସରକାରଙ୍କୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଶ୍ରମିକ ଦିବସ ଉପଲକ୍ଷେ ଉନ୍ମୋଚିତ ହୋଇଛି ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ