Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ୬୯ ତମ ମ‌ହାପରିନିର୍ବାଣ ଦିବସ

ସମ୍ବଲପୁର:ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ୬୯ ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଅଧ୍ୟକ୍ଷ ନିହାଲ ସିଂ ଙ୍କ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଯୋଜନା ବୋର୍ଡର ସହାୟକ ନିର୍ଦ୍ଧେଶକ ସଞ୍ଜୟ କୁମାର ଦିପ, ମୁଖ୍ୟବକ୍ତା ଭାବରେ ଆଦିବାସୀ ସମାଜ ସଂଗଠିକା ସଞ୍ଚୁଲତା ନାଏକ ଓ ସମ୍ମାନିତ ଅତିଥି ଭାବରେ ଗୀତ ସଙ୍ଗୀତକାର ବ୍ୟାସଦେବ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ଜିବନୀ ତଥା ଆଦର୍ଶ ଉପରେ ଆଳୋଚନା କରି ମ଼ହାପରିନିର୍ବାଣ ଦିବସରେ ବିଆର ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ପରିଷଦର ଉପ ମହାସଚିବ ଏମଡି ମୁସ୍ତିକିମ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ