Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା ) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସୁବର୍ଣ୍ଣପୁର ମିଳିତ ଭାବେ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ତ୍ଵବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ଅବକାଶ ମିଶ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତ କାରାଗାର କୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ବନ୍ଦରେ ଥିବା ଶିଶୁ ପ୍ରୟାସ କରାଯାଇଥିଲା କିନ୍ତୁ ଆଇନ ସହ ଦ୍ବନ୍ଦରେ ଥିବା କୌଣସି ଶିଶୁ ମିଳି ନ ଥିଲେ। ପରିଦର୍ଶନ ସମୟରେ ଉକ୍ତ କାରାଗାରର ଅଧ୍ୟକ୍ଷ ଦିଲେଶ୍ଵର ଜେନା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ