ସମ୍ବଲପୁର: ସମ୍ବଲପୁର ସହରର କୁଞ୍ଜେଲପଡ଼ାର କବି ଓ ଐତିହାସିକ ଶଶାଙ୍କ ଶେଖର ପଣ୍ଡାଙ୍କୁ ମିଳିଛି ଜାତୀୟ ସମ୍ମାନ। ସେ ହେଉଛନ୍ତି ଓଡ଼ିଶା ସାହିତ୍ୟାକାଶର ପ୍ରଥିତଯଶା ଅତିବଡ଼ି ସମ୍ମାନ ପ୍ରାପ୍ତ କବି ସ୍ୱର୍ଗତ ଉମାଶଙ୍କର ପଣ୍ଡା ଓ ପ୍ରଥମ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ନାରୀ ଗୀତିକାର ଲୋକଜନନୀ ପଣ୍ଡାଙ୍କର ଜ୍ୟେଷ୍ଠପୁତ୍ର। କବି ଓ ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡାଙ୍କୁ ମିଳିତ ଜାତିସଂଘର ଅନୁବନ୍ଧିତ ଅନୁଷ୍ଠାନ ନୂଆଦିଲ୍ଲୀ ସ୍ଥିତ ବିଶ୍ୱ ସଂସ୍କୃତି ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଆୟୋଗର ଜାତୀୟ ସଦସ୍ୟତା ପ୍ରଦାନ କରାଯାଇଛି । ଏତଦ୍ବ୍ୟତୀତ ଗତ ନଭେମ୍ବର ୨୦ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଇତିହାସ, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୱାର୍ଲଡ କଲଚର ଏଣ୍ଡ ଇନଭାରମେଣ୍ଟ ପ୍ରୋଟେକ୍ସନ କମିସନ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ମଧ୍ୟ ତାଙ୍କୁ ଭୂଷିତ କରାଯାଇଛି ।
ଡ଼କ୍ଟର ଶଶାଙ୍କ ଶେଖର ପଣ୍ଡା ପାଇଲେ ଜାତୀୟ ସମ୍ମାନ
