ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀ ମାନଙ୍କୁ ଇନପୁଟ୍ ସବସିଡି ବଣ୍ଟନ: ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ସାହସ୍ରାଧିକ ଚାଷୀ


ସମ୍ବଲପୁର :ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରିଛନ୍ତି ।
ଆଜି ଏହି ଅବସରରେ ସମ୍ବଲପୁର ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଇନପୁଟ୍ ସହାୟତା ବଣ୍ଟନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ , ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ନାଉରି ନାୟକ ଯୋଗ ଦେଇଥିଲେ। ସମ୍ମାନିତ ବିଧାୟକ ,ସମ୍ବଲପୁର ପ୍ରତିନିଧି ଶ୍ରୀ ସମୀର ବାବୁ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ ଓ ସମ୍ବଲପୁର ଆରକ୍ଷୀ ଅଧିକାରୀ ଶ୍ରୀ ମୁକେଶ କୁମାର ଭାମୁ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମ୍ବଲପୁର ସ୍ୱାଗତ ଭାଷଣରେ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆମ ଜିଲ୍ଲାରେ ମୋଟ ଚାଷୀ ପଞ୍ଜୀକରଣ ୫୯୮୯୫, ଆଜି ୪୬୦୦ ଚାଷୀଙ୍କୁ ପାଖାପାଖି ୫୩ କୋଟି ଟଙ୍କା ମିଳିବ। ଆମ ଜିଲ୍ଲାରେ ପ୍ରାୟ ୮୦% ଲୋକ କୃଷକ ଅଟନ୍ତି ଏବଂ ଯଦି ଆମେ ୮୦୦ ଟଙ୍କାର ଇନପୁଟ୍ ସହାୟତା ପାଇଥାଉ ତେବେ ଏହା ନିଶ୍ଚିତ ଭାବରେ ଆମର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ କୃଷକଙ୍କ ସାମଗ୍ରିକ ଉନ୍ନତି ହେବ।
ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କୃଷକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯାହା ପାଇଁ କୃଷକମାନେ ଅପେକ୍ଷା କରିଛନ୍ତି । ଆଜି ଆମେ ୩୧୦୦ ଟଙ୍କାରେ ଧାନ ବିକ୍ରି କରିପାରିବୁ, ଯାହା ପାଇଁ ଆମକୁ ସମସ୍ତଙ୍କ ସହଯୋଗ ଦରକାର । ଅନେକ ସମୟରେ କ୍ଷୁଦ୍ର ଚାଷୀମାନେ ଯେତିକି ଟଙ୍କା ପାଇବା କଥା ତାହା ପାଇବାରେ ବିଫଳ ହୁଅନ୍ତି। ସେଇ ଦୃଷ୍ଟି କୁ ନେଇକି ମଣ୍ଡି ର ବ୍ୟବସ୍ଥା କରା ଯାଇଛି , ମଣ୍ଡି ର ବ୍ୟବସ୍ଥା କୁ ସୁରୁଖୁର ସମ୍ପାଦନ କରିବା ପାଇଁ ଏବଂ ମଣ୍ଡି କୁ ମଧ୍ୟ ସୁବ୍ୟବସ୍ଥିତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଥିଲେ । ଏଇ ଥର 24 ଟି ମଣ୍ଡି ର infrastructure development ପାଇଁ 80 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ ପଞ୍ଚାୟତ ରେ ଆମର ମଣ୍ଡି ର ଆବଶ୍ୟକ ଅଛି ବୋଲି କହିଛନ୍ତି ।ଆମ ପଞ୍ଚାୟତର ଚାଷୀମାନେ କିପରି ସେମାନଙ୍କ ଧାନକୁ ସଠିକ ଭାବେ ବିକ୍ରି କରିପାରିବେ, ସେ ଦିଗରେ ଆମକୁ ଭାବିବା ଦରକାର। ଯଦି ଆମେ ଏ ଦିଗରେ ଚିନ୍ତା ନ କରୁ ତେବେ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି କହିଥିଲେ । ଠିକ୍ ସମୟରେ ମଣ୍ଡିରେ ଧାନ ପହଂଚି ପାରୁନଥିବାରୁ କିମ୍ବା ଧାନ ବିକ୍ରି ପାଇଁ ଗାଡି ଭଡ଼ା କରିନପାରିବା କିମ୍ବା ଟୋକନ୍ lapse ହେଇଗଲେ ଭି ଚାଷୀମାନେ ଆସୁବିଧାରେ ଯେମିତି ନ ପଡ଼ନ୍ତି ସେଥି ପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି କହିଥିଲେ । ଏଥି ସହ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଧାନ ବିକ୍ରି ରେ ସାହାଯ୍ୟ କରିବେ ବୋଲି କହିଥିଲେ ।
ସୂଚନାନୁସାରେ, ଏହି ସବସିଡି ଇନପୁଟ ରାଶି ମାତ୍ର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଉପରୋକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପସନା କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।