Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପପୁରରେ କୃଷ୍ଣ ଜନ୍ମ,ମଥୁରା ରେ ପ୍ରକମ୍ପନ

ସମ୍ବଲପୁର : ଗୋପପୁରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ କୃଷ୍ଣ ଜନ୍ମ ସମ୍ବାଦ ପାଇ ମଥୁରା ନଗରୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ମହାପ୍ରତାପୀ କଂସ ଙ୍କ ଶ୍ରୀକୃଷ୍ଣକୁ ମାରିବାକୁ ଚେଷ୍ଟା ସମୟରେ ବିଜୁଳି କନ୍ୟାର ଆବିର୍ଭାବ ଭଳି ନାଟକୀୟ ଦୃଶ୍ୟ ଖୁବ ଚିତ୍ତାକର୍ଷକ ହୋଇଥିଲା।
ମା ମାଉଲି ଯୁବକ ସଙ୍ଘ ପକ୍ଷରୁ ଆୟୋଜିତ ଏହି ଧନୁଯାତ୍ରାର ତୃତୀୟ ଦିବସରେ ରାଜକୀୟ ଅତିଥି ଭାବେ ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର, ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ଡ଼ଙ୍ଗରପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ପ୍ରଧାନ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସୁବାସ ନାଥ ଶର୍ମାଙ୍କୁ ତାଙ୍କର ଉତକୃଷ୍ଟ ସାମ୍ବାଦିକତା ପାଇଁ ମଞ୍ଚରେରେ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ ଓ ସଭା କାର୍ଯ୍ୟକ୍ରମକୁ ଡା. ରାଜାରାମ ଷଡ଼ଙ୍ଗୀ ସଂଯୋନନା କରିଥିବା ବେଲେ ସଭାପତି ପ୍ରମୋଦ ମଗର, ସମ୍ପାଦକ ସଞ୍ଜୀବ ଭୋଇ, ମୁନା ମହାନନ୍ଦ, ରୁପେଶ ପାତ୍ର, ଦୁର୍ଗେସ ସାହୁ ପ୍ରମୁଖ ଏହାକୁ ପରିଚଳନା କରିଥିଲେ।