Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ୪ର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ:ଭାଷା, ସାହିତ୍ୟ ସଂସ୍କୃତି ର ମହାମିଳନ

ସମ୍ବଲପୁର:ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ସମ୍ବଲପୁରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ ସଂସ୍କୃତି ଗବେଷକ ଡ.ନିମାଇ ଚରଣ ପଣ୍ଡା, ତ.ଖ୍ୟାମସୁନ୍ଦର ଧର, ସମ୍ବଲପୁରୀ ସଙ୍ଗଠକ ଉତ୍ପନ୍ନ ଭୋଇ, ସମ୍ବଲପୁରୀ ବହି ଆନ୍ଦୋଳନର ପୁରୋଧା ଗୁରୁ ସତ୍ୟନାରାୟଣ ଜାତୀୟ ସମ୍ମାନରେ ସମ୍ମିତ ଶିବଶଙ୍କର ପୂଜାରୀ, ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅତୁଲ ପ୍ରଧାନ ସମ୍ମାନିତ ଅତିଥ ଭାବରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସମ୍ବଲପୁରୀ ବହି ପସରା ର ଶୁଭାରମ୍ଭ କରାଯାଇଥିଲା । ଏହାପରେ ସମ୍ବଲପୁରୀ ବାନ୍ଧକଳାରେ ପୂରୋଧା ରାଧାଶ୍ୟାମ ମେହେରଙ୍କ ବିଷୟ ରେ ପଯ୍ୟବେସିତ ସମ୍ବଲପୁରୀ ବାନ୍ଧକଳାର ପ୍ରଚାର ପ୍ରସାର ନାମରେ ଏକ ପ୍ରଦର୍ଶନୀକୁ ଅତିଥି ମାନେ ଶୁଭଉଦଘାଟନ କରିଥିଲେ । ଏହି ଅସବରରେ ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ କପଡା ଏବଂ ଖାଦ୍ୟ ପେୟ r ବିଭିନ୍ନ ଷ୍ଟଲ ଉଦଘାଟିତ ହୋଇଥିଲା । ଏହାପରେ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ମଞ୍ଚ ରେ ମୁଖ୍ୟ କାର୍ଯ୍ୟକ୍ରମକୁ ଭବଘାଟନ କରାଯାଇଥିଲା ।
ଇଷ୍ଟଦେବୀ ମାଁ ସମଲାଇଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଶିଳ୍ପ ବିକାଶ ଦ୍ବାରା ପ୍ରକାଶିତ ସମ୍ବଲପୁରୀ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ଏହାପରେ ପଦ୍ମପୁର ରୁ ପ୍ରକାଶିତ ହୋଇଥିବା ସମ୍ବଲପୁରୀ ପତ୍ରିକା ବାଟ କଢୁଆଳ ଉନ୍ମୋଚନ କରାଯାଇଥିଲା ।
ସମ୍ମାନିତ କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ବିଭିନ୍ନ ସ୍ଥାନରେ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ଆୟୋଜନ କରିଥିବା ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ସମ୍ବଲପୁରୀ ଲେଖକ ଏବଂ ସଙ୍ଗଠକ ଉତ୍ପନ୍ନ କୁମାର ଭୋଇ କହିଥିଲେ ଯେ ବରଗଡ଼ ଜିଲ୍ଲା ଭୌଗାଲିଜ ଦୃଷ୍ଟି ରୁ ସମ୍ବଲପୁର ଠାରୁ ଅଲଗା ହେବା ପରେବି ସମ୍ବଲପୁରୀ ଭାଷା ସଂସ୍କୃତି ସହ ଜଡିତ ରହି ଆସିଛି । ଆମେ ସମ୍ବଲପୁରୀଆ ବୋଲି ଗର୍ବିତ । ଆଜି ବରଗଡ଼ ଜିଲ୍ଲାରେ ସମ୍ବଲପୁରୀ ଭାଷାର ସର୍ବାଧିକ କବି ଲେଖକ ରହିଥିବା ଦାବୀ କରିଥିଲେ । ଜାତୀୟ ସମ୍ବଳପୂରୀ ସମ୍ମିଳନୀ ସବୁ ଅଞ୍ଚଲର ସମ୍ବଲପୁରୀ ପ୍ରେମୀ ମାନଙ୍କୁ ଏକଜୁଟ କରିବାରେ ସହାୟକ ହୋଇ ପାରିଥିବା ସେ କହିଥିଲେ ।
ଅନ୍ୟତମ ଅତିଥ ଶିବ ଶଙ୍କର ପୂଜାରୀ ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ମଜବୁତ କରିବା ପାଇଁ ଏଭଳି ସମ୍ମିଳନୀର ଆୟୋଜନ ଜରୁରୀ ବୋଲି କହିଥିଲେ । ବିଶିଷ୍ଟ ଗବେଷକ ଡ଼.ଶ୍ୟାମ ସୁନ୍ଦର ଧର ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ପ୍ରଚାର ପ୍ରସାର ଦିଗରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର କୁମିକା ଉପରେ ମତ ରଖିଥିଲେ । ଗବେଷକ ଡ.ନିମାଇ ଚରଣ ପଣ୍ଡା ମଧ୍ୟ ସମ୍ବଲପୁରୀ ଡେରା ରେ ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ କରାଯାଉଥିବା ପ୍ରୟାସକୁ ପ୍ରଶଂଶା କରିଥିଲେ । ସେହିପରି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ସମ୍ବଲପୁରୀ ଡେରାକୁ କେବଳ ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ବିକଶିତ କରିବାକୁ ଆହ୍ୱାନ କରିଥିଲେ । ଏହାସହ ସରକାର ଏବଂ ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ କବାକୁ ଆହ୍ୱାନ କରିଥିଲେ ।
ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଲୋକ ମହୋତ୍ସବ ର ସଂଯୋଜକ ପ୍ରଫୁଲ୍ଲ ହୋତା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଉପଦେଷ୍ଟା ଓମ୍ ଶ୍ୟାମାପ୍ରସାଦ ମିଶ୍ର ଉଦଘାଟନ କରିଥିଲେ । ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ର ସମସ୍ତ ଗୀତ ନୃତ୍ୟ ମାନଙ୍କ ମଧ୍ୟ ରେ ଦିଲୀପ ଦୀପ ଙ୍କ ହଲିଆ ଗୀତ ଦର୍ଶକଙ୍କ ମନ ମୋହିଥିଲା ।
ଅପରାହ୍ନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସମ୍ବଲପୁରୀ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଳା । ଏହାକୁ ସୁଷମା ପ୍ରଧାନ ଏବଂ ଡ଼.ସ୍ୱୟଂପ୍ରକାଶ ପଣ୍ଡା ପରିଚାଳନା କରିଥିଲେ ।
ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ ଗୀତର କାଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଶ୍ରୀ କଳା ପରିଷଦ, ବଲାଙ୍ଗୀର ସାଙ୍ଗାମାପା କଳା ପରିଷଦ, ସମେତ ବିଭିନ୍ନ ନୃତ୍ୟ ଦଳ ସମ୍ବଳପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ମାନସ ଷଡ଼ଙ୍ଗୀ , ସୂନିଲ ମହାନନ୍ଦ , ଅରୁଣ ରାଜହଂସ, ଦିଲିପ ଦୀପ, ପ୍ରମୁଖ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସଂଯୋଜନା କରି ଥିବା ବେଳେ ଏଥିରେ ରାଜେଶ ସ୍ବାଇଁ ସହଯୋଗ କରିଥିଲେ । କାଯ୍ୟକ୍ରମ କୁ ମାନସ ମିଶ୍ର ଏବଂ ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ। । କାର୍ଯ୍ୟ କ୍ରମ ଆୟୋଜନରେ ମଞ୍ଚର ସମସ୍ତ ସଭ୍ୟ ସଦସ୍ୟା ସହଯୋଗ କରିଥିଲେ ।