ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକ । DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସମେତ ୪୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି । ଆଜି ସକାଳ ୭ଟାରେ ଇ-ମେଲ୍ ଯୋଗେ ଏହି ଦୁଇଟି ସ୍କୁଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା । ବୋମା ଲାଗାଇ ସ୍କୁଲକ ଉଡାଇକୁ ଦେବାକୁ କେହି ଜଣେ ଦୁର୍ବୃତ୍ତ ଧମକ ଦେଇଥିଲେ । ମେଲ ପଠାଇଥିବା ବ୍ୟକ୍ତି ବୋମା ବିସ୍ଫୋରଣ ନକରିବା ବଦଳରେ ୩୦ ହଜାର ଡଲାର ଦାବି କରିଛି । ଦିଲ୍ଲୀ ପୋଲିସ ଆଇପି ଆଡ୍ରାସ୍ ଏବଂ ମେଲ ପଠାଇଥିବା ବ୍ୟକ୍ତି କିଏ ଓ ଏହା କେଉଁଠୁ ଆସିଛି ତାହା ଯାଞ୍ଚ କରୁଛି ।
ସେପଟେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ତୁରନ୍ତ ସ୍କୁଲ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟରେ ସ୍କୁଲରେ ପହଞ୍ଚିଛନ୍ତି, ତଲାସି ଜାରି ରଖିଛନ୍ତି । ତେବେ ଏହା ଏକ ଗୁଜବ ବୋଲି ପୋଲିସ କହିଛି । ତଦନ୍ତ ପରେ ପୋଲିସ କିଛି ବି ସନ୍ଦେହଜନକ ତଥା ବିସ୍ଫୋରକ ସାମଗ୍ରୀ ପାଇନାହିଁ ।
ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା । ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା । ଏହାପୂର୍ବରୁ ୨ ଫେବୃଆରୀ ୨୦୨୪ ରେ ଡିପିଏସ୍ ଆର.କେପୁରମ୍ ପ୍ରିନ୍ସପାଲ୍ଙ୍କୁ ସ୍କୁଲରେ ବୋମା ଥିବା ନେଇ ଧମକ ଦିଆଯାଇଥିଲା । ଚଳିତବର୍ଷ ସ୍କୁଲ, ଡାକ୍ତରଖାନା ଓ ବିମାନରେ ବୋମା ଥିବା ବିଷୟରେ ଅନେକ ମିଛ ମେଲ୍ ଆସିଥିଲା । ଅଧିକାଂଶ ସମୟରେ, ଏହି ଧମକପୂର୍ଣ୍ଣ ମେଲ କିମ୍ବା ଫୋନ୍ କଲ ମିଥ୍ୟା ପ୍ରମାଣିତ ହୋଇଛି, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରାଯାଉଛି ।