Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଉଜ ପେପର ୟୁନିୟନର ବନ୍ଧୁ ମିଳନ

ସମ୍ବଲପୁର:ସୋମବାର ଗତକାଲି ରବିବାର ଦିନ ବରଗଡ଼ ଉପକଣ୍ଠ ତୁରୁଙ୍ଗା ସ୍ଥିତ ମାଁ ବୈଷ୍ଣୋଦେବୀ ପୀଠ ନିକଟରେ ବରଗଡ଼ ନିୟୁଜପେପର ହକର ୟୁନିଅନର ପକ୍ଷରୁ ସଭାପତି ଗୋବିନ୍ଦ ଦୂରଦସଙ୍କ ସଭାପତିତ୍ବରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ନିଉଜପେପର ହକର ୟୁନିଅନ କୁ ଆହୁରି କ୍ରୀୟାଶୀଳ ଓ ସଂଗଠିତ କରିବାକୁ ସଭାରେ ଆଲୋଚନା ହୋଇଥିଲା ।
ୟୁନିଅନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲିି ନିଷ୍ପତି ନିଆଗଲା।
ୟୁନିଅନର ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତା ଏକତ୍ରିତ ହୋଇ ୟୁନିଅନକୁ ଆହୁରି ସୁଦୃଢ଼ କରିବା ପାଇଁ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନୀଳାଞ୍ଚଳ ଘିବେଲା,ନିବାସ ବାଗ, ଗଣେଶ ପଟେଲ, ଦେବାନନ୍ଦ ସୁନା, ମୋହନ କଲେତ,ଦେବ ନାରାୟଣ ଦାଶ, ସୁନୀଲ ଷଣ୍ଢ, ସୁନୀଲ ନାଗ, ସମୀର କୁମ୍ଭାର,ଅଜୟ ଛତର, ପ୍ରଶାନ୍ତ ଗୋଛାୟତ,ରିତୁ ଦୂରଦସ, ସୂର୍ଯ୍ୟ କାନ୍ତ ମଲ୍ଲିକ, ଚନ୍ଦନ ଭୁଏ, ମାନସ ବିଭାର, ଅଂଶୁମାନ ମାଝୀ, ଗଙ୍ଗାଧର କନ୍ଧେର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ କୋଷାଧ୍ୟକ୍ଷ ବିଶ୍ବନାଥ ତାଣ୍ଡି ଆୟବ୍ୟୟ ବିବରଣୀ ପ୍ରଦାନ କରିଥିବା ବେଳେ ଶ୍ରୀ ଶିବାଜୀ ପ୍ରଧାନ ସଂପାଦକୀୟ ବିବରଣୀ ପାଠ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।