ସମ୍ବଲପୁର:ଗୋପପୁରରେ କୃଷ୍ଣ ଜନ୍ମ ଶୁଣି ବିଜୁଳି କନ୍ୟାର ଶୂନ୍ୟ ବାଣୀ କଂସ ମହାରାଜଙ୍କୁ ମୃତ୍ୟୁ ଭୟ ପ୍ରକମ୍ପିତ କରିଥିଲା l ଏଥିରୁ ବର୍ତ୍ତିବା ପାଇଁ ମନ୍ତ୍ରଣା ପୂର୍ବକ ପୁତନା କୁ ପଠାଇ ଥିଲେ ଶିଶୁ କୃଷ୍ଣଙ୍କୁ ନିଧନ ପାଇଁ l ମାତ୍ର ଶ୍ରୀକୃଷ୍ଣ ଙ୍କ ହସ୍ତରେ ପୁତନାର ପ୍ରାଣ ନାଶ ହୋଇ ଥିଲା l ଆଜିର ରାଜ ଅତିଥି ଭାବରେ ପଞ୍ଚାୟତ ରାଜ ଓ ଜଳସେଚନ, ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇଥିଲେ l ଅଂଚଳର ସାମଗ୍ରିକ ଉର୍ନତି ନିମନ୍ତେ ପ୍ରତିଶୃତି ଦେଇଥିଲେ l କଂସ ମହାରାଜ ତାଙ୍କୁ ମଥୁରା ନଗରୀ ରାଜକୋଷ ପାଇଁ କୋଡିଏ ଲକ୍ଷ ମୁଦ୍ରା ଜରିବନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ ବେହେରାଙ୍କ, ପଡ଼ିଆବାହାଲ ଦୁର୍ଗାପୂଜା କମିଟୀ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବାହାମ ସରପଞ୍ଚ ସରସ୍ବତୀ ଭୁସାଗର, ଆସବ ଅଲ୍ଲୀ ଖାଁ , ଦେବାନନ୍ଦ ଭୁସାଗର ଓ ବିଭୁତି କଲ୍ୟାଣ ପଟେଲ ପ୍ରମୁଖ ରାଜ ଅତିଥି ଭାବରେ ଯୋଗ ଦେଇଥିଲେ l ଡା ରାଜାରାମ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲାବେଳେ ଧନୁଯାତ୍ରା କମିଟି କର୍ମକର୍ତା ମାନେ ସହଯୋଗ କରିଥିଲେ ସଦର ପୋଲିସ ଓ ମା ମାଉଲି ଯୁବକ ସଙ୍ଘ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l
ପଡ଼ିଆବାହାଲ ଧନୁଯାତ୍ରା :ପୁତନା ବଦ୍ଧ ସହ ରାଜ ଦରବାର
