Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ପିନ୍ଧନ ଉଢନ ଏବଂ ସାନବଡ ଘୁଡକା ଦର୍ଶକ ଙ୍କ ମନ ମୋହିଲା

ସମ୍ବଲପୁର:ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ରେ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ପିନ୍ଧନ ଉଢନ ଏବଂ ତୁଷାରାରୁ ଆସିଥିବା ସାନବଡ ଘୁଡକା ଦର୍ଶକ ମାନଙ୍କ ମନ ମୋହିଥିଲା ।
ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ଦ୍ବିତୀୟ ସନ୍ଧ୍ୟାକୁ ସମ୍ବଲପୁରୀ ଧନୁଯାତ୍ରା ର କଂସ ମହାରାଜ ଫଣିନ୍ଦ୍ର ପଣ୍ଡା, ବିଶିଷ୍ଟ ସମ୍ବଲପୁରୀ ନାଟ୍ୟକାର ବିପିନ ଦାସ ଏବଂ ଛତିଶଗଡ଼ର ସମ୍ବଲପୁରୀ ସଙ୍ଗଠକ ବିଦ୍ୟାଭୂଷଣ ଶତପଥୀ ଏବଂ ସେବା ଶଙ୍କର ଅଗ୍ରୱାଲ ଉଦଘାଟନ କରିଥିଲେ । ଇଷ୍ଟଦେବୀ ମାଁ ସମଲାଇଙ୍କ ପ୍ରତିମୂର୍ତ୍ତୀରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଝାରସୁଗୁଡ଼ା ରେ ଦୀର୍ଘ ୭ ବର୍ଷ ହେବ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ଆୟୋଜନ କରୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡ଼ା ଶାଖାକୁ ସମ୍ବର୍ଧିତ କରାଯାଇଥିଲା । ‌ସେହିପରି ଚେତନା ମୟୀ ବେହେରା, ଅରୁଣ ରାଜହଂସ, ଅଜୟ ନାଥ, ନୁପୁର ମଲିକ, ମଏନୁ ଗୁରୁ ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ।
ଏହାପରେ ଆଇକନିକ ଫେସନ ପକ୍ଷରୁ ପାରମ୍ପରିକ ସମ୍ବଲପୁରୀ ପିନ୍ଧନ ଉଢନ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସଂଯୋଜନା କରି ଥିବା ବେଳେ ଏଥିରେ ରାଜେଶ ସ୍ବାଇଁ ସହଯୋଗ କରିଥିଲେ । କାଯ୍ୟକ୍ରମ କୁ ତର୍ପଣ ପ୍ରଧାନ ଏବଂ ସତ୍ୟନାରାୟଣ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମଞ୍ଚର ସମସ୍ତ ସଭ୍ୟ ସଦସ୍ୟା ସହଯୋଗ କରିଥିଲେ ।ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ଆସର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories