Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଇକ ଉପରେ ମାଡ଼ିଗଲା ଟ୍ରକ, ୩ ମୃତ

ନୂଆପଡ଼ା: ବାଇକ ଉପରେ ମାଡ଼ିଗଲା ଟ୍ରକ । ଦୁର୍ଘଟଣାରେ ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଦଲଦଲି ଗାଁ ନିକଟରେ । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଅଛନ୍ତି । ମୃତକମାନେ ହେଲେ ଦୁଇ ଭାଇ ହେତରାମ ଶବର, ଶ୍ୟାମ ଶବର ଏବଂ ସଂପର୍କୀୟ କକାଗୁଡୁ ଧରୁଆ । ସେମାନଙ୍କ ଘର  କର୍ଲାପଡ଼ା ଗାଁରେ ବୋଲି ଜଣାପଡିଛି ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ବାଇକ୍ ଯୋଗେ ତିନି ଜଣ ନୂଆପଡାରୁ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଜାତୀୟ ରାଜପଥ ୩୫୩ର ଦଲଦଲି ଗାଁ ନିକଟରେ ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ୩ ଜଣ ତଳେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।