କଂଗ୍ରେସକୁ ଝଟ୍‌କା; ଉପନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଜିଲ୍ଲା କଂଗ୍ରେସ ସଭାପତି


ଝାରସୁଗୁଡା: ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଅଧିକ ଜମୁଛି ପ୍ରଚାର। ନିର୍ବାଚନରେ ଜିତିବା ପାଇଁ ଲାଗିପଡ଼ିଛନ୍ତି ସବୁଦଳ। ତେବେ ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ନିର୍ବାଚନ ପୂର୍ବରୁ  ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି  ।

ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ଜିଲ୍ଲା କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ଅବଶ୍ୟ ସେ କେବଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି, ଦଳର ପ୍ରାଥମିକ ସଦସ୍ୟରୁ ନୁହେଁ । ସେ ଦଳରେ ରହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।  ତେବେ ଅଶୋକ କାହିଁକି ଦଳରୁ ଇସ୍ତଫା ଦେଲେ ତାହା  ସ୍ପଷ୍ଟ ହୋଇନି କିମ୍ବା ସେ  ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ।