ପାଟନା: ଲୋକସଭା ନିର୍ବାଚନରେ ପରାଜୟ ଓ ନିକଟରେ ହୋଇଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଇଣ୍ଡି ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି । ଇସାରା ଇସାରାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଣ୍ଟର ଦାୟିତ୍ବ ନେବାକୁ କହିବା ପରେ ଏବେ ଫାଟ ଜଳ ଜଳ ହୋଇ ଦିଶିବାକୁ ଲାଗିଲାଣି । ଏପରିକି ଧୀର ଧୀରେ ଭାଗ ଭାଗ ହୋଇ ବିରୋଧର ସ୍ୱର ଉଠାଇଲେଣି ନେତା । ଏବେ ଇଣ୍ଡି ମେଣ୍ଟର ଦାୟିତ୍ୱ କଂଗ୍ରେସ ଠାରୁ କାଢ଼ି ଆଣି ତ୍ରୁଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦେବା ପାଇଁ ଦାବି ଜୋର୍ ଧରିଛି ।
ଇଣ୍ଡି ବ୍ଲକର ନେତୃତ୍ୱକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବଡ଼ ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତା ଭାବରେ ଚୟନ କରବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି, କଂଗ୍ରେସ କରୁଥିବା ବିରୋଧର କୌଣସି ଅର୍ଥ ହିଁ ନାହିଁ । ମମତାଙ୍କୁ ହିଁ ଇଣ୍ଡି ମେଣ୍ଟର ନେତା କରାଯିବା ଉଚିତ୍ ।
ଏହି ସମୟ ମଧ୍ୟରେ ବିହାରରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିବ ବୋଲି ଲାଲୁ ଦୃଢ଼ୋକ୍ତି ଦେଖାଇବା ସହ କରିଛନ୍ତି, ତାଙ୍କ ଦଳ ୨୦୨୫ରେ ବିହାରରେ ସରକାର ଗଠନ କରିବାକୁ ଯାଉଛି ।
ଟିଏମ୍ସି ମୁଖିଆ ମମତା ବାନାର୍ଜୀ ନିକଟରେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯଦି ମଉକା ମିଳେ ତେବେ ସେ ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ପ୍ରସ୍ତୁତ ବୋଲି ଇସାରା ଦେଇଥିଲେ ।
ଇଣ୍ଡି ମେଣ୍ଟର ଦାୟିତ୍ବ ମମତାଙ୍କୁ ଦିଆଯିବା ସପକ୍ଷରେ ଲାଲୁ, କଂଗ୍ରେସର ହେବ କ’ଣ ?
