ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ବୁର୍ଲା ସ୍ଥିତ କଲେଜ ଅଫ ନର୍ସିଙ୍ଗ, ଭୀମସାର ଠାରେ ” ଫେସିଂ ଡିଜାଷ୍ଟର ଏ ଚେଲେଞ୍ଜ ଟୁ ଓଭରକାମ” ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷା କୃତାଞ୍ଜଳି ମହାନ୍ତି ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି କର୍ମଶାଳା ରେ ଭୀମସାର ର ନିର୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭୀମସାର ର ସୁପରିଷ୍ଟେଡେଣ୍ଡ ଶ୍ରୀମତୀ ଗୀତାରାଣୀ କାଣ୍ଡି ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ l
ପ୍ରାରମ୍ଭ ରେ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ଡାକ୍ତର ରଥ ବିପର୍ଯୟ ସମୟରେ ଯେଉଁ ପରିସ୍ଥିତି ଉପୁଜେ, ସେହି ସମୟରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅନେକ ବଢିଯାଇଥାଏ l ବେଳେ ବେଳେ ଏହା ମହାମାରୀ ର ରୂପ ବି ନେଇଥାଏ l ତେଣୁ ଆମର ସ୍ଵାସ୍ଥ୍ୟ ବିଭାଗ ର ଦାୟିତ୍ୱ ସେହି ମାତ୍ରା ରେ ବହୁତ ବେଶୀ ହୋଇଥାଏ l ତେଣୁ ଆମେ ସବୁବେଳେ ସେହି ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ l ମୁଖ୍ୟ ଅତିଥି ଶ୍ରୀମତୀ କାଣ୍ଡି କହିଲେ ଯେ,ବିପର୍ଯୟ ପରିଚାଳନା ର ଭୂମିକା ଦିନକୁ ଦିନ ବଢ଼ିବାରେ ଲାଗିଛି l ପରିବେଶ ରେ ଅଶନ୍ତୁଳନ କାରଣରୁ ପ୍ରାକୃତିକ ବିପର୍ଯୟ ନିୟମିତ ଭାବରେ ସଂଗଠିତ ହେଉଛି l ତେଣୁ, ଆମର ସମସ୍ତଙ୍କର ଦାୟିତ୍ୱ ସେଇ ପରିସ୍ଥିତି କୁ ସଠିକ ଭାବରେ ପରିଚାଳନା କରିବା l ଏହି କର୍ମଶାଳା କୁ କଲେଜ ଅଫ ନର୍ସିଙ୍ଗ, ବୁର୍ଲା ର ଅଧ୍ୟାପିକା ରଞ୍ଜୁଲତା ମଲ୍ଲିକ ଓ ମଞ୍ଜୁଳା ନାୟକ ପ୍ରମୁଖ ପରିଚାଳନା କରିଥିଲେ l ଏଥିସହ ଶିକ୍ଷାନୁଷ୍ଠାନ ର କର୍ମଚାରୀ ତଥା ଛାତ୍ରୀ ମାନେ ସହଯୋଗୀତା କରିଥିଲେ।