ସମ୍ବଲପୁର: ସମ୍ବଲପୁର ର ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଡ. ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ଶୈଳବାଳା ବିଶ୍ବାଳ (୮୫) ପରମାଣପୁର ବାରଡୁଙ୍ଗୁରି ସ୍ଥିତ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି I ଡ, ବିଶ୍ବାଳଙ୍କ ସୃଜନୀ ରେ ସେ ଥିଲେ ଅସଲ ନାୟିକା ତଥା ପ୍ରେରଣାର ଅସଲ ଉତ୍ସ I ସମ୍ବଲପୁରି ସାହିତ୍ୟ ରେ ତାଙ୍କର ଅଗାଡ଼ ପାଣ୍ଡିତ୍ୟ ଥିଲା I ଡ,ବିଶ୍ବାଳଙ୍କ ଯେତେଭି କାଳଜୟୀ ରଚନା କରିଯାଇଛନ୍ତି ସମସ୍ତ କୃତିରେ ପତ୍ନୀ ଶୈଳବାଳା ବିଶ୍ବାଳଙ୍କ ଯୋଗଦାନ ଅତୁଳନୀୟ I ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ହୋଇଥିବାବେଳେ ମଝିଆଁ ପୁଅ ଅମିତାଭ ମୁଖାଗ୍ନି ଦେଇଥିଲେ। ତାଙ୍କ ପଛରେ ତିନି ପୁଅ ପ୍ରଶାନ୍ତ, ଅମିତାଭ ଓ ସିଦ୍ଧାର୍ଥ, ଝିଅ ପ୍ରତିମା ଓ ଜ୍ବାଇଁ ସୁଶୀଲ ତ୍ରିପାଠୀ ତଥା ନାତିନାତୁଣୀ ଅଛନ୍ତି।