ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପାମାଳ ପଞ୍ଚାୟତ ର ଝାରକୁମୁଣ୍ଡା ଗ୍ରାମରେ ପାଣି ସମସ୍ୟା ଉତ୍କଟ ହୋଇ ପଡିଛି I ପ୍ରକଳ୍ପ ଥାଇ ସୁଦ୍ଧା ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି l ପଞ୍ଚାୟତରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ଏଠାରେ ଏକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମିତ ହୋଇ ଥିଲା l ଏଥିରେ ପାଣି ଧାରଣ କ୍ଷମତା ଏକ ଲକ୍ଷ ଲିଟର ରହିଛି I 13 ମିଟର ଉଚ୍ଚତା ବିଶିଷ୍ଟ ଏହି ପ୍ରକଳ୍ପରେ ପାଇପ୍ ଲାଇନ ବିଛା ଯାଇଥିବା ଦୈର୍ଘ୍ୟ 5695 ମିଟର ଏଚ୍ ଡି ପି ଇ l ପ୍ରକଳ୍ପ ରୁ ଗ୍ରାମାଞ୍ଚଳର 350 ଗୃହକୁ ଜଳ ଯୋଗାଣ ର ବ୍ୟବସ୍ଥା ରହିଛି l ମାତ୍ର ସବୁ ବ୍ୟବସ୍ଥା ଥାଇ ମଧ୍ୟ ଜଳ ଯୋଗାଣ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି l ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ପାଇପ୍ ଓ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିରୁଜି ଯାଇଛି I ଲକ୍ଷାଧିକ ଟଙ୍କାରେ ପ୍ରକଳ୍ପ ନିର୍ମାଣ କରି ଗ୍ରାମର ପ୍ରତି ଘରକୁ ପାଇପ୍ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇ ଥିଲା I ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ପାଇପ୍ ପାଣି ମିଳିପାରିନାହିଁ l ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l