ସମ୍ବଲପୁର:ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନ-୧, ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଣରଂଜୟ ସିଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ । କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟକ୍ରମର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ବରର ଅବସରପ୍ରାପ୍ତ ସହ-ଆୟୁକ୍ତ ଶ୍ରୀ ମୁରଲୀଧର ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଏଲ୍. ପି. ବେହେରା, ଶାନ୍ତିଲତା ଦେବୀ, ସୁପ୍ରଭା ପ୍ରଧାନ, ଉମା କୁମାରୀ, ସ୍ନିଗ୍ଧା ପୁରୋହିତ, ଇନ୍ଦିରା ପାଣିଗ୍ରାହୀ, ଶ୍ରୀ ଜି. ସାହୁ, ଶ୍ରୀ ପି.ଏଲ୍. ସାହୁ, ଶ୍ରୀ ଏନ୍.କେ. ପଣ୍ଡା, ଶ୍ରୀମତୀ ରେଖା ଉଦଗାତା, ଶ୍ରୀ ଭି . ସିଂହ, ଶ୍ରୀମତୀ ସଂଗୀତା ପଣ୍ଡା, ଶ୍ରୀ ଭି. ବି. ଷଡଙ୍ଗୀ ଏବଂ ଶ୍ରୀ ସୁରେଶ କୁମାର୍ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ବଲରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର-୧ ରେ ପ୍ରତିଷ୍ଠା ଦିବସ ପାଳନ
