ମାରୱାଡ଼ି ଯୁବା ମଞ୍ଚ ଓ ଏବିଭିପି ସମ୍ବଲପୁର ତରଫରୁ ମହା ରକ୍ତଦାନ ଶିବିର ଆୟୋଜନ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର:ଆସନ୍ତା ୧୫ ତାରିଖ ରବିବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
ସମ୍ବଲପୁର ଓ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ର ମିଳିତ ପ୍ରୟାସ ରେ ଏକ ବିରାଟ ରକ୍ତଦାନ ଶିବିର ର ଆୟୋଜନ ସ୍ଥାନୀୟ ଦୁର୍ଗା ମଙ୍ଗଲମ୍ କ୍ଷେତରାଜପୁର ରେ କରାଯାଇଛି। ସମାଜରେ ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ଅଭାବରେ କୌଣସି ଜୀବନ ନଷ୍ଟ ନ ହେଉ ଓ ଯୁବପିଢିକୁ ଏହିସବୁ ଆବଶ୍ୟକୀୟ ବିଷୟ ଉପରେ ସମ୍ବେଦନଶୀଳ କରାଇବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ, ଉଦ୍ଘଟକ ରୂପରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ରୂପେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ପୂର୍ବ ମନ୍ତ୍ରୀ ଏବଂ ସମ୍ବଲପୁର ର ଲୋକପ୍ରିୟ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଓ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ରହିବେ। ଏହି ବିଶାଳ କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଉଭୟ ସଂଗଠନ ସମାଜର ସମସ୍ତ ଅନ୍ୟ ସଂଗଠନ ଓ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ନିଜେ ରକ୍ଟଦାନ କରିବା ପାଇଁ ଆଉ ଅନ୍ୟ ଲୋକଙ୍କୁ ଭି ରକ୍ଟଦାନ ପାଇଁ ପ୍ରେରିତ କରିବା ପାଇଁ ଆଗ୍ରହ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ଓ ସଫଳ କରିବା ପାଇଁ ପ୍ରସ୍ତୁତ ହୋଇଥିବା ରିସେପସନ୍ କମିଟିରେ ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ବିଶିଷ୍ଟ ଉଦ୍ୟୋଗପତି ଶ୍ରୀ ଅଶୋକ ଜଳାନ, ବିଶିଷ୍ଟ ସମାଜ ସେବୀ ଶ୍ରୀ ସମୀର ରଞ୍ଜନ ବାବୁ, ଶ୍ରୀମତୀ ସବିତା ନନ୍ଦ, ଶ୍ରୀ ସୁଶାନ୍ତ ପୁରୋହିତ, ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ମାରୱାଡ଼ି ୟୁବମଞ୍ଚର ରାଜ୍ୟ ସଭାପତି ଶ୍ରୀ ପରାଗ ଅଗ୍ରୱାଲ, ଡ଼. ସଂଜୀବ ମିଶ୍ର, ଶ୍ରୀମତୀ ସ୍ନିଗ୍ଧସ୍ରି ମିଶ୍ର, ଶ୍ରୀ ରାମଦାସ ପଣ୍ଡା, ମାରୱାଡ଼ି ଯୁବମଞ୍ଚର୍ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରତୀକ ଅଗ୍ରୱାଲ ଙ୍କ ଭଳି ମହାନୁଭବି ମାନେ ମାର୍ଗଦର୍ଶନ କରୁଛନ୍ତି। କାର୍ଯ୍ୟକ୍ରମର ଆୟୋଜନ ପାଇଁ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଶ୍ରୀ ଶ୍ବେତାଂଶୁ ସେଖର ବରାଇ ସହ ସଂଯୋଜକ ଭାବେ ଶ୍ରୀ ୟସ ବର୍ଦ୍ଧନ ତିୱାରୀ, ଶ୍ରୀ ପ୍ରୀତିସ କର, ଶ୍ରୀ ଆଶିଷ ତୁଳସ୍ୟନ୍, ଶ୍ରୀ ମୋହିତ ଅଗ୍ରୱାଲ ଙ୍କ ସହ ଉଭୟ ସଂଗଠନ ର ଅନେକ କାର୍ଯ୍ୟକର୍ତ୍ତା ଉତ୍ସାହର ସହ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।