Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବର ବିଭିନ୍ନ ଉପସମିତି ବୈଠକ

ସମ୍ବଲପୁର: ଆସନ୍ତା ଜାନୁୟାରୀ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ଆୟୋଜନ ପାଇଁ ଶୁକ୍ରବାର କଳାପରିଷଦଠାରେ ବିଭିନ୍ନ ଉପସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି।
ସମ୍ବଲପୁର ଲୋକ ମହୋତ୍ସବର ସଂଯୋଜକ ପ୍ରଫୁଲ୍ଲ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଲୋକ ମହୋତ୍ସବକୁ କିଭଳି ଆକର୍ଷଣୀୟ ଏବଂ ଭବ୍ୟ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ସେମିନାର ଉପସମିତି ଆବାହକ ଅତିଶ କୁମାର ଶତପଥୀ ଓ ସହଆବାହକ ରଞ୍ଜିତ ରଥ, ଷ୍ଟଲ ଉପସମିତି ଆବାହକ ମୁକେଶ ଜରିଓ୍ବାଲ , ରହଣି ଉପସମିତି ଆବାହକ ମହେଶ ପଟେଲ ଓ ସହଆବାହକ ସତିଶ ଦୋରା, ମଞ୍ଚ ଉପସମିତି ଆବାହକ ନନ୍ଦ କିଶୋର ସାହୁ ଏବଂ ସହ ଆବାହକ ଖୁସି ରାମ ଛତ୍ରୀଆ ପ୍ରମୁଖ ଉପସ୍ଥିତ ରହି ନିଜର ଯୋଜନା ଉପସ୍ଥାପନ କରିଥିଲେ। ଆଜି ଚାରୋଟି ଯାକ ଉପସମିତି ର ବୈଠକ ପୃଥକ୍ ଭାବେ ଅନୁଷ୍ଠିତ ହୋଇଥିଲା।
ମହୋତ୍ସବ ସଂଯୋଜକ ପ୍ରଫୁଲ୍ଲ ହୋତା ଏବଂ ସହସଂଯୋଜକ ରଞ୍ଜନ ସାହୁ ଲୋକ ମହୋତ୍ସବର ଭବ୍ୟ ଆୟୋଜନ ନେଇ ବିଶଦଭାବେ ଆଲୋଚନା କରି ପରାମର୍ଶ ଦେଇଥିଲେ।