ବଲାଙ୍ଗୀର: ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ଭୋଇ । ତାଙ୍କ ବିରୋଧରେ ଅଭିଯୋଗ ହେଲା ସେ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ ଓ ତାଙ୍କୁ ଅପହରଣ କରିନେଇଥିଲେ । ଘନଶ୍ୟମ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାମ କରନ୍ତି ।
ସୂଚନାଯୋଗ୍ୟ, ଘନଶ୍ୟାମ ମୁରିବାହାଲ ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଗତ ୯ ତାରିଖରେ ଘନଶ୍ୟାମ ସେହି ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବୋଲି ମୁରିବାହାଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ କେସିଙ୍ଗା ରେଳ ବିଭାଗର ଏକ ଘରୁ ଉଦ୍ଧାର କରିଥିଲା । ଗିରଫ ଘନଶ୍ୟାମ ଭୋଇଙ୍କ ଘର ଲୋଇସିଂହା ମୁରଶୁଣ୍ଡ ଗାଁରେ । ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି ।