Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରୁ ଫେରୁଥିବା ବେଳେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ: ପରିବାରର ଯୋଜନାବଦ୍ଧ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି ।

ବଲାଙ୍ଗୀର,୫।୧୧: ମୁରିବାହାଲ ଅଞ୍ଚଳରୁ କାମ ସାରି ଟିଟିଲାଗଡ଼କୁ ଫେରୁଥିବା ଜଣେ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ମୃତକ ଜଣକ ଟିଟିଲାଗଡ଼ ଅଞ୍ଚଳର ପ୍ରାୟ ୩୨ ରୁ ୩୫ ବର୍ଷ ବୟସ୍କ ଯୁବକ ଜିତେନ୍ଦ୍ର ସୁନା ବୋଲି ଜଣାପଡ଼ିଛି। ସେ ମୁରିବାହାଲ ବସ୍ତି ୟୁପି ସ୍କୁଲର ଖେଳ ଶିକ୍ଷକ ଥିଲେ ବୋଲି ଜଣା ପଡ଼ିଛି । ତେବେ ଏହା ଏକ ସାଧାରଣ ସଡ଼କ ଦୁର୍ଘଟଣା ନା ଏହା ପଛରେ କୌଣସି ଗୁରୁତର ଷଡ଼ଯନ୍ତ୍ର ରହିଛି, ସେନେଇ ସ୍ଥାନୀୟ ଅଞ୍ଚଳରେ ଓ ପରିବାରବର୍ଗଙ୍କ ମଧ୍ୟରେ ଗଭୀର ସନ୍ଦେହ ଏବଂ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ମୁରିବାହାଲ-ହଳଦୀ ସଂଯୋଗକାରୀ ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ମୃତକ ବ୍ୟବହାର କରୁଥିବା ‘ହୋଣ୍ଡା ସାଇନ୍’ ବାଇକଟି (ନମ୍ବର: OD-03-D-1208) ମୃତଦେହଠାରୁ ପ୍ରାୟ ୧୫ ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି। ମାତ୍ର ଘଟଣାସ୍ଥଳରେ ଗାଡ଼ିଟି କୌଣସି ଗଛ କିମ୍ବା ଅନ୍ୟ କୌଣସି ସ୍ଥାନରେ ଜୋର ରେ ପିଟି ହେବାର ସ୍ପଷ୍ଟ ଚିହ୍ନ କିମ୍ବା ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଥିବା ପ୍ରମୂଖ ସୂଚନା ମିଳି ନାହିଁ। କେବଳ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଛି, ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।
ଏହା ଏକ ସ୍ୱାଭାବିକ ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ (Pre-planned) ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ବର୍ଗ ସିଧାସଳଖ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ, ଯୁବକଜଣଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇ ଏପରି ପରିସ୍ଥିତି ସୃଷ୍ଟି କରାଯାଇଛି।
ଖବର ପାଇ ମୁରିବାହାଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଟିଟିଲାଗଡ଼ ମେଡିକାଲକୁ ବ୍ୟବଚ୍ଛେଦ (Post-mortem) ନିମନ୍ତେ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ଏହି ମୃତ୍ୟୁର ପ୍ରକୃତ କାରଣ ଏବଂ ସତ୍ୟସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories