ସମ୍ବଲପୁର:ଅବିଭକ୍ତ ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡିଶା ର ଶିକ୍ଷା ବତୀଘର ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଶନିବାର ଦିନ ଉଦଘାଟିତ ହୋଇଯାଇଛି।ସକାଳ ସମୟରେ ପୁର୍ବତନ ଛାତ୍ର ଛାତ୍ରୀ ଗଣ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।ଜୁବୁଲି ପତାକା ଉତ୍ତୋଳନ କରାଯିବା ସହିତ ସେଲ୍ଫି ଓ ଲୋଗ ପଏଣ୍ଟ୍ ଉଦଘାଟିତ ହୋଇଥିଲା।ପ୍ଲାଟିନମ୍ ଜୁବୁଲି କମିଟିର ଅଧ୍ୟକ୍ଷ ରାଜକିଶୋର ଯାଜୋଡିଆଙ୍କ ପରିଚାଳନା ଓ ଦିପ୍ତୀକାନ୍ତ ଠାକୁରଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଓଡିଶାର ରାଜସ୍ବ ଓମନ୍ତ୍ରୀ ସୁରେଶ ପୁଝାରୀ ଯୋଗଦେଇ କହିଥିଲେ। ମନ୍ତ୍ରୀ ଶ୍ରୀ ପୁଝାରୀ ଭଲ ମଣିଷ ସ୍ରୁଷ୍ଟି କରାଯିବାର ଆବଶ୍ୟକତା ଅଛି ଓ ଆମକୁ ବୁର୍ଲା ହାଇସ୍କୁଲ ମାଧ୍ୟମ ରେ ନୂଆ ଓଡିଶା ଗଢିବାକୁ ହେବ ବୋଲି ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ଏହି ସମାବେଶ ର ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାଯୟଣ ମିଶ୍ର ଓ ଆଲୁମିନି ଏସୋସିଅସନ୍ ର ସଭାପତି ନିରଞ୍ଜନ ପଟ୍ଟନାୟକ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରନ୍ ଶର୍ମା ବକ୍ତବ୍ୟ ରଖିଥିବାବେଳେ ସମ୍ପାଦକ ଦେବାଶିଷ ନନ୍ଦ ବିବରଣୀ ପାଠ କରିଥିଲେ ଓ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଫଟୋ ଗେଲେକ୍ସି ଲୋକାର୍ପିତ ହୋଇଥିଲା ରଶ୍ମୀ ରଞନ ଶତପଥି ଓ ମଳୟ ଦାଶ ଙ୍କ ପରିଚାଳନା ରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ାପ୍ରମୋଦ ଦାଶ ଙ୍କ ଦିଗଦର୍ଶନ ରେ ଛାତ୍ରୀ ମାନେ ନ୍ରୁତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।ଅପରାହ୍ନ ର ଅଧିବେଶନ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଅଧିକାରୀ ମୀନାରାଣୀ ମଙ୍ଗଲ ଯୋଗ ଦେଇ ବୁର୍ଲାହାଇସ୍କୁଲ୍ ର ଭୁମିକା ବିଷୟ ରେ ଆଲୋକପାତ କରିିଥିଲେ।ପୁର୍ବତନ ଶିକ୍ଷୟତ୍ରୀ ତଥା ୧୯୬୦ ବେଚ୍ ର ଛାତ୍ରୀ ସୁଜାତା ଦେବୀ ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ରାମକ୍ରୁଷ୍ଣ ରଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।୧୯୪୯ ରୁ ୧୯୭୦ ବେଚ୍ ର ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଭୁତି ବର୍ଣନା କରିଥିବାବେଳେ ସୁଶାନ୍ତ କୁମାର ଗୁରୁ ଧନ୍ୟବାଦଅର୍ପଣ କରିଥିଲେ।ରାତିରେ ଭୁବନେଶ୍ବର ର ମୁନଲାଇଟ୍ ରାଗ ଅର୍କ୍ରେଷ୍ଟ୍ରା ଗ୍ରୁପ୍ ଦ୍ବାରା ସଙ୍ଗୀତ ଓ ନ୍ରୁତ୍ୟ ପରିବେଷିତ ହୋଇଥିଲା।
ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ୍ ଜୁବୁଲି ଉଦଘାଟନୀ ସମାରୋହ
