Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳବିହାର, ବ୍ରାହ୍ମଣୀବିହାରରେ କୁତ୍ରିମ ବନ୍ୟା, ଘରେ ପଶିଲା ପୋଖରୀ ପାଣି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ୩୬ ନମ୍ବର ୱାର୍ଡର ଗୋପାଳବିହାର, ବ୍ରାହ୍ମଣୀବିହାର ଦେଖା ଦେଇଛି କୁତ୍ରିମ ବନ୍ୟା। କେହି ଅସାମାଜିକ ବ୍ୟକ୍ତି ଭତରା ପୋଖରୀ କାଟି ଦେଇଥିବାରୁ ପୋଖରୀ ପାଣି ଏହି ରାସ୍ତାରେ ପ୍ରବାହିତ ହେବା ସହ ବହୁ ଘରକୁ ପାଣି ପଶିଥିବା ନେଇ ଖବର ମିଳିଛି।
ପୋଖରୀ ପାଣି ଗୋପାଳବିହାର ବ୍ରାହ୍ମଣୀବିହାର ଭିତରେ ପ୍ରବେଶ କରିଥିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏପରିକି ଅନେକ ଘରେ ପାଣି ପଶିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହାନଗର କର୍ତ୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ପଡାବାସୀଙ୍କ ମଧ୍ୟରେ ଦାବି ହେଉଛି।