Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ ରେ ହେବ ସମ୍ବଲପୁର ଲୋକ ମହୋତ୍ସବ ଉଦଘୋଷକ ଅଡିସନ

ସମ୍ବଲପୁର: ଆସନ୍ତା ଜାନୁୟାରୀ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ଆୟୋଜନ ପାଇଁ ଶନିବାର ବିଭିନ୍ନ ଉପସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ମହୋତ୍ସବ ଉଦଘୋଷକ ସମିତି ର ବୈଠକରେ ଉଦଘୋଷକ ଚୟନ ପାଇଁ ଆସନ୍ତା ୨୨ ତାରିଖ ୧୦ଟାରେ ତପସ୍ୱୀନୀ ପ୍ରେକ୍ଷାଲୟରେ ଅଡିସନ କରାଯିବା ପାଇଁ ସ୍ଥିରୀକୃତ ହେଇଛି। ଉଭୟ ନୂତନ ଏବଂ ଅଭିଜ୍ଞ ଉଦଘୋଷକ ଙ୍କୁ ଏଥର ସୁଯୋଗ ଦିଆଯିବ ବୋଲି ସମିତିର‌ ଆବାହକ ମୀମାଂସା ରଥ ସୂଚନା ଦେଇଛନ୍ତି।
ବୈଠକରେ ରାମାସିସ ତ୍ରିପାଠୀ, ଦିଲିପ ସାହୁ, ଅରୁଣ ଆଜାଦୀଓ୍ବାଲ, ରାମଦାସ ପଣ୍ଡା, ପଲ୍ଲବୀ ଦାସ,ଆର୍ୟା ପ୍ରଜ୍ଞା, ସୁଜ୍ଞାନ ସାହୁ,ସୁଭସ୍ମିତା ମିଶ୍ର, ମାନସ ମିଶ୍ରଙ୍କ ସହ ନୋଡାଲ ଅଧିକାରୀ ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
ସେହିପରି ପରିବହନ ସମିତିର ବୈଠକରେ କଳାକାର ମାନଙ୍କର ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଆବାହକ ଦିନେଶ ମହତ୍ତମ ସହ ଆବାହକ ଟୁକୁ ମହାନ୍ତି ପ୍ରମୁଖ ମତାମତ ଉପସ୍ଥାପନ କରିଥିଲେ। ସମ୍ବଲପୁର ଲୋକ ମହୋତ୍ସବର ସଂଯୋଜକ ପ୍ରଫୁଲ୍ଲ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଲୋକ ମହୋତ୍ସବକୁ କିଭଳି ଆକର୍ଷଣୀୟ ଏବଂ ଭବ୍ୟ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ମହୋତ୍ସବ ସଂଯୋଜକ ପ୍ରଫୁଲ୍ଲ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଲୋକ ମହୋତ୍ସବ ଆୟୋଜନ ସମିତିର ସଦସ୍ୟ ଅପର୍ଣ୍ଣା ପାଢ଼ୀ, ଅମୂଲ୍ୟ ମିଶ୍ର, ଅନୁପ ତରିଆ, ସବ୍ୟସାଚୀ ମିଶ୍ର,ମମତା ସାହୁ, ଦୀପାଲୀ ଚୋୖଧୁରୀ, ରାଜଶ୍ରୀ ମିଶ୍ର, ସଂଜୀବ ପଣ୍ଡା,ସୁମିତ ସାହୁ, ରଂଜିତ ସାହୁ, ମମତା ସାହୁ, ଦେବେନ୍ଦ୍ର ପଟେଲ, କୃଷ୍ଣଚନ୍ଦ୍ର ମାଇତି ଏବଂ ଶଙ୍କର ବେହେରା ପ୍ରମୁଖ ଲୋକ ମହୋତ୍ସବର ଭବ୍ୟ ଆୟୋଜନ ନେଇ ବିଶଦଭାବେ ଆଲୋଚନା କରି ପରାମର୍ଶ ଦେଇଥିଲେ।