Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରିଫ ଋତୁ ର ଧାନ କ୍ରୟ ପରିଚାଳନା ଏବଂ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ

ସମ୍ବଲପୁର:ଆଜି ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଓଡ଼ିଶା ସରକାର ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଖରିଫ ଧାନ କିଣା ପରିଚାଳନା ଏବଂ ରାଜସ୍ୱ ବିଭାଗୀୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମୀକ୍ଷା ବୈଠକ ରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଆଇ.ଏ.ଏସ୍.), ଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ।ଉକ୍ତ ବୈଠକରେ ଧାନ କ୍ରୟ ପ୍ରକ୍ରିୟାର ତ୍ୱରାନ୍ୱିତ୍ଵ, ଧାନ ସଂଗ୍ରହ ସମୟରେ ଚାଷି ର ସୁବିଧା ଅସୁବିଧା, କୃଷକଙ୍କୁ ଯଥାସମୟରେ ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରିବା, ମାର୍କେଟ୍ଯାର୍ଡ ନିମନ୍ତେ ଭିତ୍ତିଭୂମି ର ନିର୍ମାଣ, ରାଜସ୍ୱ ବିଭାଗୀୟ ଗରିବକଲ୍ୟାଣ ଯୋଜନା ଯଥା ବସୁନ୍ଧରା ଯୋଜନା, ଶିକ୍ଷା ଅନୁଷ୍ଠାନ ମାନଙ୍କୁ ଜମି ପଟା ପ୍ରଦାନ, ଜନଜାତି ମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ କରିବା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।
ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ, ଶ୍ରୀ ପୂଜାରୀ କହିଛନ୍ତି ଧାନ ବିକ୍ରଣ କେନ୍ଦ୍ର କୁ ଆଧୂନିକୀକରଣ କରିବା, ସ୍ଥାୟୀ ଗୋଦାମ ନିର୍ମାଣ, ଚାଷୀ ମାନଙ୍କ ପାଇଁ ପ୍ରତୀକ୍ଷା କକ୍ଷ, ଉପଯୁକ୍ତ ପାନୀୟ ଜଳ, ଭୋଜନ, ଶୌଚାଳୟ, ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଉପରେ ଆଲୋଚନା କରିଥିଲେ। ପ୍ରାୟ ସବୁ ମଣ୍ଡିର ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ତଦାରଖ କରାଯାଉଛି ବୋଲି କହିଥିଲେ। ଚାଷୀ ମାନଙ୍କୁ ସଚେତନ କରିବାପାଇଁ ଲିପଲେଟ, ଏସଏମଏସ ଏବଂ ବ୍ୟାପକ ଟେକନୋଲଜି ଆଦିର ବ୍ୟବହାର କରିବା ପାଇଁ ମଧ୍ୟ କହିଥିଲେ। ଆଗାମୀ ଦିନରେ ରାଜସ୍ୱ ବିଭାଗ କୁ ସମ୍ପୂର୍ଣ ଦୁର୍ନୀତିମୁକ୍ତ କରିବା ପାଇଁ ଆଧୂନିକୀକରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି। ରେଭିନିଉ ଇନ୍ସପେକ୍ଟର ଓ ଅମିନ ମାନଙ୍କ ର କାମକୁ ସୁବିଧା କରିବା ପାଇଁ ସମସ୍ତଙ୍କୁ ଲ୍ଯାପଟପ ଯୋଗାଇ ଦେବା ପାଇଁ ପ୍ରସ୍ତାବ ଦିଆ ଯାଇଛି ଏବଂ ଯେଉଁ ବ୍ୟକ୍ତି ପାଖରେ ୪ ଡିସିମିଲ ରୁ କମ ଜମି ଅଛି ସେମାନଙ୍କୁ ମଧ୍ୟ ଆଗାମୀ ଦିନ ରେ ଭୂମିହୀନ ଭାବରେ ଗଣନା କରାଯିବ ପାଇଁ କହିଥିଲେ।