ଲୋକ ମହୋତ୍ସବର ଉପସମିତି ବୈଠକ, ମୋବାଇଲ ଶୌଚାଳୟ ପାଇଁ ଗୁରୁତ୍ୱ

ସମ୍ବଲପୁର : ଜାନୁୟାରୀ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ଆୟୋଜନ ପାଇଁ ରବିବାର ବିଭିନ୍ନ ଉପସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ମହୋତ୍ସବ ପରିମଳ ସମିତି ର ବୈଠକରେ ଲୋକ ମହୋତ୍ସବ ରେ ଦର୍ଶକ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର ହୋଇଥିଲା। ଲୋକ ମହୋତ୍ସବ ସମୟରେ ୬ଟି ମୋବାଇଲ ଶୌଚାଳୟ , ଫୁଡ କୋଟ ରେ ଡସବିନ ଦେବା ପାଇଁ ପ୍ରସ୍ତାବ ଦିଆଗଲା l ଯେହେତୁ ସଂଧ୍ୟା ସମୟରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସଫେଇ କର୍ମଚାରି ଦେବା ପାଇଁ ପ୍ରସ୍ତାବ ଦିଆଗଲା l ସେହିପରି ଡକ୍ୟୁମେଣ୍ଟେସନ ସମିତି ର ବୈଠକରେ ସମସ୍ତ କାର୍ଯ୍ୟକ୍ରମ ର ଅବାଧ ରେକର୍ଡ କରାଯିବା ନେଇ ଆଲୋଚନା କରିଥିଲେ। ସେହିପରି ଗଣମାଧ୍ୟମ ସମିତିର ବୈଠକରେ ସାମ୍ବାଦିକମାନଙ୍କ ଖବର ସଂଗ୍ରହ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା
। ଆଜିର ବୈଠକରେ ଲୋକ ମହୋତ୍ସବ ସଂଯୋଜକ ପ୍ରଫୁଲ୍ଲ ହୋତା, ସହ ସଂଯୋଜକ ରଞ୍ଜନ ସାହୁ, ସୌରୀ ପାଣିଗ୍ରାହୀ, ନିଶିକାନ୍ତ ବିଶ୍ୱାଳ, ସରୋଜ ବାରିକ, ରାଜେନ୍ଦ୍ର ସତନାମୀ, ଲିଳିମା ମଲ୍ଲିକ, ସସ୍ମିତା ଦୀପ, ବିଜୟଲକ୍ଷ୍ମୀ ଯାଦବ,ପ୍ରଦୀପ ମେହେର, ଯସ୍ମିନ ଖାନ, ଭବାନୀ ଶ ଭୋଇ ମାନସ ରଞ୍ଜନ ବକ୍ସୀ, ଡମ୍ବରୁଧର ପ୍ରଧାନ ଏବଂ ବିଶ୍ଵନାଥ ବଗର୍ତ୍ତି ଉପସ୍ଥିତ ଥିଲା ।