Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ତମ ଲରପଙ୍କ କପ୍ ଉଦଯାପିତ:ମାଖନାପଡା ଚମ୍ପିୟାନ, ରାନୀବନ୍ଧ ଉପବିଜେତା

ସମ୍ବଲପୁର:ରବିବାର ଲରପଙ୍କ ଅନ୍ଧାରପାଟ ଯୁବକ ସଂଘ ପକ୍ଷରୁ ଆୟୋଜିତ ଲରପଙ୍କ ମାଷ୍ଟରପଡା ଫୁଟବଲ ପଡ଼ିଆରେ ଆୟୋଜିତ ୨୫ତମ ଲରପଙ୍କ କପ-୨୦୨୪ ଉଦଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଖେଳି ଥିବା ବେଳେ ଜୁନିଅର୍ ଏଫ୍.ସି ଦଳକୁ ହରାଇ ରାନୀ ବନ୍ଧ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଅନ୍ୟ ପଟରେ ଖୁଲିଆ ଦଳକୁ ହରାଇ ମାଖନାପଡା ଦଳ ଫାଇନାଲରେ ପହଞ୍ଚି ଥିଲା । ଫାଇନାଲରେ ମାଖନପଡା ଦଳ ରାନୀବନ୍ଧ ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜେତା ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଏକ ପ୍ରଦର୍ଶନୀ ମହିଳା ଫୁଟବଲ ମ୍ୟାଚ ଏଞ୍ଜେଲ୍ ଏକାଡେମୀ ଓ ସମ୍ବଲପୁର ଏଫ୍. ସି. ମଧ୍ୟରେ ଆୟୋଜିତ ହୋଇଥିଲା, ସେହି ମ୍ୟାଚରେ ୧-୦ ଗୋଲରେ ସମ୍ବଲପୁର ଏଫ୍.ସି. ବିଜେତା ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ସମ୍ବଲପୁର ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାୟକ, ସମାଜସେବୀ ସିଦ୍ଧାର୍ଥ ଶାହା, ହିଣ୍ଡାଲକୋରୁ ସୁକାନ୍ତ ମହାପାତ୍ର, ସମାଜସେବୀ କବିତା ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ରାଉରକେଲାରୁ ଆସିଥିବା ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । କ୍ଲବର ବରିଷ୍ଠ ସଭ୍ୟ ସୁଶିଲ ଜେନା, ଭିମସେନ୍ ଆଇନ୍ଦ୍, ବବନ୍ ସିଂ, ସୀମା ଗୌଡ, ନିତ୍ୟାନନ୍ଦ ବେହେରା, ଦୁର୍ଗାଚରଣ ଆଇନ୍ଦ, ଯଦୁ ଓରାମ, ଏତୁଆ ଖଡିଆ, ଚିତ୍ତରଞ୍ଜନ ରାଉଳ, ପୀତାମ୍ବର ଭୋଇ, ସୁବାଷ ମିର୍ଦ୍ଧା, ଉମାଶଙ୍କର ଗୌଡ, ଗଣେଶ ନାୟକ, ରୋଶନ୍ ଟପ୍ନୋ, ରାଜେଶ ଓରାମ, ବିଦ୍ୟାଧର ଓରାମ, ଜଗତ୍ ଚୌହାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାବେ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଶିକେଶନ ଓରାମ, ରଞ୍ଜିତ ଓରାମ, ବୁଲୁ ନାୟକ, ହୃଷୀକେଶ ସାହୁ, ଜୟପ୍ରକାଶ ମିରିଗ୍, ରିଙ୍କୁ ନାୟକ, ସୁଶାନ୍ତ ନାୟକ, ସନ୍ତୋଷ ଓରାମ, ଗୁରୁବାରୁ ଓରାମ, ଶୀର ଖଡିଆ, ପୀତବାସ ନାୟକ, ରାଜେଶ ଓରାମ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଭାଷ୍ୟକାର ଭାବେ ଜଗଦୀଶ ହର, ପ୍ରହଲ୍ଲାଦ ତାଣ୍ଡି, ବୁଲୁ ନାୟକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ରେଫରି ଭାବେ କାର୍ତ୍ତିକ ଓରାମ, ଯୋଗେନ୍ଦ୍ର ଓରାମ, ଚିକୁ ବଡ଼ପଣ୍ଡା, ଆନନ୍ଦ ମିର୍ଦ୍ଧା, ଅଭି ମିର୍ଦ୍ଧା, ରାଜାରାମ ଓରାମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବବନ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।