Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ହାଇସ୍କୁଲ ହେବ ଐତିହ୍ୟ ସ୍କୁଲ -ମୁଖ୍ୟମନ୍ତ୍ରୀ

ସମ୍ବଲପୁର :ବୁର୍ଲା ସ୍ଥିତ ସରକାରୀ ହାଇସ୍କୁଲଠାରେ 75ତମ ପ୍ଲାଟିନମ ଜୁବିଲି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ | ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ସରକାରଙ୍କ ପଂଚାୟତ ଓ ପାନୀୟଜଳ ଏବଂ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ନାୟକ, ବୁର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ କରଣ ଶର୍ମା, ଆଲୁମିନି ଚେୟାରମ୍ୟାନ ରାଜ କିଶୋର ଯୋଡଡ଼ିଆ, ଆଲୁମିନି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ | ବିଦ୍ୟାଳୟ ତରଫରୁ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣେଇଥିଲେ | ଶିକ୍ଷା କ୍ଷେତ୍ରରେ ଓଡିଶା ସରକାର ବଜେଟରେ ମଧ୍ୟ ବିଶେଷ ଧ୍ୟାନ ଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି | ସ୍କୁଲହେଉଛି ଗୋଟିଏ ମଣିଷ ତିଆରି କାରାଖାନା, ବର୍ତ୍ତମାନ ସରକାର ସର୍ବଦା ଗୁଣାତ୍ମକ ଶିଖବ, ମୂଲ୍ୟଯୁକ୍ତ ଶିକ୍ଷା ପ୍ରଦାନ କରିବା ଉପରେ ବିଶ୍ୱାସ କରେ | ଓଡିଶାରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ଉପରେରେ ମନ୍ତବ୍ୟ ପ୍ରଦାନ କରିଛନ୍ତି | ଓଡିଶାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରତ୍ୟେକ ପଂଚାୟତମାନଙ୍କ ଖୋଲିବା ଉପରେ ଆଲୋକପାତ କରିଥିଲେ | ବୁର୍ଲା ହାଇସ୍କୁଲକୁ ଗୋଟିଏ ଐତିହ ବିଦ୍ୟାଳୟରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |