Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦୁରପଙ୍କ ଜନାର୍ଦ୍ଦନ ପୂଜାରୀ ହାଇସ୍କୁଲ ହେବ ସ୍ମାର୍ଟ ସ୍କୁଲ-ମୁଖ୍ୟମନ୍ତ୍ରୀ

ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ସିନ୍ଦୁରପଙ୍କ ସ୍ଥିତ ଜନାର୍ଦ୍ଦନା ପୁଝାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସମାରୋହରେ ଯୋଗଦେଇଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ନିମନ୍ତ୍ରୀତ ପାଇଁ ସ୍କୁଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ ଚାଷୀଙ୍କ ଇନପୁଟ ପ୍ରଦାନ କରିଥିବା କହିଛନ୍ତି, ଯାହାକି ପୂର୍ବ ସରକାର କେବେ କରିନ ଥିଲେ | ଏହି ସ୍କୁଲକୁ ନିଶ୍ଚିତ ଭାବେ ଗୋଟେ ଉନ୍ନତ ମାନର ସ୍ମାର୍ଟ ସ୍କୁଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ବର୍ତ୍ତମାନର ସରକାର ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକ ସ୍ତରରୁ ହିଁ ସୁଦୃଢ କରିବା ପାଇଁ ବର୍ତ୍ତମାନର ସରକାର ପ୍ରତିଶୁତିବଦ୍ଧ | ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଖୁସି ବ୍ୟକ୍ତ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି | ଏହି କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ସରକାରଙ୍କ ପଂଚାୟତରାଜ, ପାନୀୟଜଳ, ଏବଂ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାୟକ ପ୍ରମୁଖ ମଞ୍ଚାସିନ ଥିଲେ |