ଫ୍ରେସର୍ସ ପାର୍ଟି ପାଲଟିଲା ରଣକ୍ଷେତ୍ର: ବାଉନ୍ସରଙ୍କ ମାଡ଼ରେ ଏକାଧିକ ଛାତ୍ର ଗୁରୁତର


ନୋଏଡ଼ା: ଫ୍ରେସର୍ସ ପାର୍ଟିରେ ମହାଭାରତ । ବାଉନ୍ସରଙ୍କ ମାଡ଼ରେ ଏକାଧିକ ଛାତ୍ର ଗୁରୁତର । କଲେଜ ପରିସରରେ ଫ୍ରେସର୍ସ ପାର୍ଟିରେ ଛାତ୍ରମାନେ ନାଚଗୀତରେ ମସଗୁଲ ଥିବା ବେଳେ ସାମାନ୍ୟ କଥାରୁ ମୁହାଁମୁହିଁ ହେଲେ କଲେଜର କିଛି ଛାତ୍ର ଓ ସେଠାରେ ଉପସ୍ଥିତ ବାଉନ୍ସର । ବାଉନ୍ସରଙ୍କ ମାଡ଼ରେ ଛାତ୍ରମାନଙ୍କ ଅବସ୍ଥା ସାଂଘାତିକ ହୋଇଥିବା ଜଣାଯାଇଛି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଘଟିଛି ।

ଶନିବାର ରାତିରେ କଲେଜ କ୍ୟାମ୍ପସ୍‌ରେ ଫ୍ରେସର୍ସ ପାର୍ଟି ଚାଲିଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ର ଯୋଗ ଦେଇଥିବା ବେଳେ ସେମାନେ ନାଚଗୀତରେ ମାତିଥିଲେ । ଉକ୍ତ ସମୟରେ କୌଣସି କଥାକୁ ନେଇ କିଛି ଛାତ୍ରଙ୍କର ବାଉନ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲା । ଉତ୍ତ୍ୟକ୍ତ ବାଉନ୍ସରମାନେ ଛାତ୍ରଙ୍କୁ ଠେଙ୍ଗା,ବାଡ଼ିରେ ପ୍ରବଳ ପିଟିଥିଲେ । ଫଳରେ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିଲା ।

ମାରପିଟରେ ବହୁ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।