Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଦାରନାଥ ଅଭିମୁଖେ ସାଇକେଲ ଯାତ୍ରା ରେ ଜୁଯୁମୁରା ର ରାହୁଲ ଭୋଇ

ସମ୍ବଲପୁର:ଇଚ୍ଛା ଶକ୍ତି ଥିଲେ ଅନେକ ସ୍ବପ୍ନ ରେ ପୂର୍ଣ୍ଣତା ଆପେ ଆପେ ଆସିଥାଏ l ସେଇମିତି ଯୁବକ ରାହୁଲ ଭୋଇ ଦୃଢ଼ ନିଶ୍ଚିତ ହୋଇ ବାହାରି ପଡିଛନ୍ତି ଭାରତ ଭ୍ରମଣ ପାଇଁ ସାଇକେଲ ରେ l ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜୁଯୁମୁରା ବ୍ଲକ ର ଲାଙ୍ଗବାହାଲ ଗ୍ରାମର ଯୁବକ ରାହୁଲ ଭୋଇ l ସେ ଜଣେ ୟୁଟୁବର, ତାଙ୍କର ୟୁଟୁବ ଚ୍ୟାନେଲ ଅମିରି ବୟ ରେ ସେ ନିୟମିତ ଭାବରେ ଅନେକ କିଛି ନୁଆଁ ନୁଆଁ ବିଷୟକୁ ସ୍ଥାନିତ କରିଥାନ୍ତି l ଆଜିର ଯୁବ ସମାଜ ଯେମିତି ଝିଅ ଙ୍କର ସହ ପ୍ରେମ ରେ ପଡି ଜୀବନ କୁ ବିଗାଡୁଛନ୍ତି ଓ ନିଶା ରେ ପଡି ଜୀବନକୁ ନଷ୍ଟ କରିଦେଉଛନ୍ତୁ l ଯୁବକ ମାନଙ୍କର ସେଇ ଅବସ୍ଥା ଦେଖି ଦୁଃଖ ଲାଗେ, ତେଣୁ ଯୁବ ସମାଜ କୁ ଏକ ଶୃଙ୍ଖଳିତ ଜୀବନ ଯାତ୍ରା ପାଇଁ ପ୍ରେରଣା ଦେବା ସହ ସମାଜ ରେ ନିଜକୁ ପ୍ରତିଷ୍ଠିତ କରିବାର ବାର୍ତ୍ତା ଦେବାର ଲକ୍ଷରେ ଭାରତ ଭ୍ରମଣ ରେ ଭାହାରିଛନ୍ତି ବୋଲି କୁହନ୍ତି ରାହୁଲ l
ଆଗରୁ ଫୁଟବଲ, କ୍ରିକେଟ ଖେଳୁଥିଲେ, ହେଲେ ଦୁଃସାହାସିକ କ୍ରୀଡା ରେ କେବେବି ସାମିଲ ହୋଇନାହାନ୍ତି କି ଏହି ଦୁଃସାହାସିକ ଅଭିଯାନ ପାଇଁ କେବେବି କାହାଠୁ ପ୍ରେରଣା ପାଇନାହାନ୍ତି l କେବଳ ୟୁଟ୍ୟୁବର ମାନଙ୍କୁ ଦେଖି ଇଛାହେଲା ଭାରତ ଭ୍ରମଣ ରେ କେଦାରନାଥ ଯାଏ ସାଇକେଲ ରେ ଯିବାକୁ l ମାଁ ସମଲେଶ୍ୱରୀ ପୀଠ ରୁ ଦର୍ଶନ କରି ଆଜି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ l ଏହାପରେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ରାଜ୍ୟ ଦେଇ ସାଇକେଲ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l ଅନୁସାଙ୍ଗିକ ଖର୍ଚ୍ଚ ନିମନ୍ତେ କିଛି ନିଜ ପାଖରେ ଅଛି, ଆବଶ୍ୟକ ମତେ ସାଙ୍ଗ ମାନେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି କୁହନ୍ତି ରାହୁଲ l
ଉତ୍ତରାଖଣ୍ଡ ର କେଦାରନାଥ ଯାଇ ଦର୍ଶନ କରିବାର ଯୋଜନା ଅଛି, ସେଠି ପହଂଚିଲା ପରେ ଇଚ୍ଛା ହେଲେ ଜାମ୍ମୁ କାଶ୍ମୀର ର ଶ୍ରୀନଗର ବି ସାଇକେଲ ଯାତ୍ରା କରିପାରନ୍ତି ବୋଲି ଉତ୍ସାହ ର ସହ କୁହନ୍ତି ରାହୁଲ ଭୋଇ l ଆଜି ହଠାତ ରାସ୍ତା ରେ ରାହୁଲ ଙ୍କର ସାଥିରେ ସଂଯୋଗ ବଶତଃ ସମ୍ବଲପୁର ର ଦୁଃସାହାସିକ କ୍ରୀଡ଼ାବିତ ସୂର୍ଯ୍ୟ ପାଣିଗ୍ରାହୀ ରାହୁଲ ଭୋଇ ଙ୍କୁ ଯାତ୍ରା ସମ୍ବନ୍ଧରେ ପଚାରି ବୁଝିବା ସହ ଉତ୍ସାହିତ କରିଥିଲେ ଓ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ।