Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହକି ପ୍ରତିଯୋଗିତା, ଗୋଲଡେନ କ୍ଲବ ଚାମ୍ପିଅନ

ସମ୍ବଲପୁର: ଯୁଯୁମୁରା ହକି ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଯୁଯୁମୁରା ସ୍ପୋର୍ଟସ ଷ୍ଟାର କ୍ଲବ ପକ୍ଷରୁ ଚାଲିଥିବା ତିନି ଦିନିଆ ସମ୍ୱଲପୁର ହକି ପ୍ରତିଯୋଗିତା ରବିବାର ଶେଷ ହୋଇଛି। ଫାଇନାଲ ମ୍ୟାଚରେ ବାଣ୍ଡିଝରଣ ଏ କୁ ହରାଇ ଆନନ୍ଦନଗର ଗୋଲଡେନ କ୍ଲବ ଚଳିତ ବର୍ଷର ଚାମ୍ପିଅନ ହୋଇଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିନୋଦ ଟପୋ, ଦେଓନିସ ଲୁଗୁନ, ଧରଣୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା। ନିତେଶ କିଣ୍ଡୋ, ଦୀପକ ଧନୱର୍, କୁନା ଟପନୋ, ମୁନା ଟପନୋ, ଫିରୋଜ କୁଲୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ