Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ଯବାନ ଙ୍କୁ ଭିଟା ମାଟିରେ ଭବ୍ୟ ସ୍ବାଗତ କଲେ ପରିବାର ବର୍ଗ ଓ ଗ୍ରାମ ବାସି

ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତ ର ଦିଲୀପ ମାଝୀ ।ସ୍ବର୍ଗତ ୨୦୦୭ ତ୍ରିଲୋଚନ ମାଝୀ ଓ ଟେଭା ମାଝୀ ଙ୍କ ପୁତ୍ର ଦିଲୀପ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ରେ ଭାରତୀୟ ସୈନ୍ୟ ବାହିନୀ ରେ ଯୋଗ ଦେଲେ ।ଦୀର୍ଘ ୧୮ ବର୍ଷ ବୀରତା ର ସହିତ ଦେଶର ବିଭିନ୍ନ ଜାଗାରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।ଗତ ନଭେମ୍ବର ମାସ ୩୦ ତାରିଖ ରେ ସୈନ୍ୟ ବାହିନୀ ରୁ ଅବସର ନେଲେ ଦିଲୀପ ମାଝୀ ।ଡିସେମ୍ବର ୧ ତାରିଖ ରେ ମା ମାଟି ନିଜ ଜନ୍ମ ଭୂମି କୁ ଫେରି ଆସିଲେ ।ସେ ଯେତେବେଳେ କେସିଙ୍ଗା ରେଳ ଷ୍ଟେସନ ରେ ଓହ୍ଲାଇଲେ ତାଙ୍କୁ ସେଠାରେ ଗ୍ରାମ ବାସି ଙ୍କ ତରଫ ରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଶହ ଶହ ସଂଖ୍ୟା ରେ ପରିବାର ବର୍ଗ ,ସମ୍ପର୍କୀୟ ଓ ଗ୍ରାମ ବାସି ଦିଲୀପ ଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ ।ଭାରତ ମାତା କି ଜୟ ,ଜୟ ଯବାନ ବାରା ରେ କମ୍ପି ଉଠିଥିଲା ରେଳ ଷ୍ଟେସନ ପରିସର ।ସେଠାରୁ ତାଙ୍କୁ ଡିଯେ ବଜାଇ ନାଚି ନାଚି ଲୋକେ ନିଜ ମାଟି ର ଯବାନ ଙ୍କୁ ସ୍ଵାଗତ କରିଥିଲେ ।ଏକ ବାଇକ୍ ରାଲି କରି ଷ୍ଟେସନ ନିକଟରୁ ନିଜ ଗାଁ ଲଇତରା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଗାଁ ଲୋକେ ।ଦୀର୍ଘ ବର୍ଷ ଦେଶ ସେବା କରି ଫେରି ଆସିଛି ନିଜ ମା ମାଟି ନିଜ ପରିବାର ବର୍ଗ ଙ୍କ ନିକଟକୁ ।ଏହାକୁ ନେଇ ପରିବାର ବର୍ଗ ଙ୍କ ଖୁସି କାହିଁରେ କେତେ ।ଛୋଟ ପିଲା ଠୁ ଆରମ୍ଭ କରି ଗାଁ ର ଯୁବତୀ ସମସ୍ତେ ନାଚି ନାଚି ପାଛୋଟି ନେଲେ ବିର ଯବାନ ଙ୍କୁ ।ଗାଁ ରେ ପହଞ୍ଚିବା ପରେ ଲଇତରା ଗାଁ ର ବିର ସହିଦ ତେମନ୍ତ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ ମାଳ ଦେବା ବେଳେ ଯବାନ ଙ୍କ ଆଖି ଲୁହ ଆସିଯାଇଥିଲା । ପରେ ଯବାନ ଙ୍କୁ ନିଜ ପରିବାର ବର୍ଗ ଧୂପ ଦୀପ ଜଳାଇ ବନ୍ଧା ପନା କରି ଘରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।