Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ ୧୯୮୩ ସିନିଅର ବ୍ୟାଚ ଛାତ୍ରଙ୍କର ଶୀତକାଳୀନ ସମାବେଶ,

ସମ୍ବଲପୁର:ସମ୍ବଲପୁର ସ୍ଥିତ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ୧୯୮୩ ସିନିଅର ବ୍ୟାଚ ଛାତ୍ର ମାନଙ୍କର ଏକ ବିଶେଷ ଶୀତକାଳୀନ ସମାବେଶ ବୁଢାରଜା ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ବଲପୁର ଠାରୁ ବାହାରେ ରହୁଥିବା ଅନେକ ଛାତ୍ର ଯୋଗ ଦେଇ ସ୍କୁଲ ତଥା ସହପାଠୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ମତାମତ ଦେଇଥିଲେ l
ପ୍ରଣାବ ଭୋଳ ଓ ବିମଲେଶ ପତି ଙ୍କର ତତ୍ୱାବଧାନ ରେ ଆୟୋଜିତ ଏହି ସମାବେଶ ରେ ସତ୍ୟଜିତ ରାଏ, ରାଜୀବ ଶତପଥି, ସଂଜୀବ ଦୁବେ, ସୂର୍ଯ୍ୟ ପାଣିଗ୍ରାହୀ, ଶେଖର ପାଢ଼ୀ,ଅରବିନ୍ଦ ନାୟକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ l
ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ହେବାକୁ ଥିବା ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା l
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତ ପ୍ରଧାନ, ବଟ କିଶୋର ରାୟଗୁରୁ,ଅପ୍ରେସ ପୂଜାରୀ, ସୂର୍ଯ୍ୟ ପ୍ରଧାନ,ଅନିଲ ବେରିହା, ନିମେଇଁ ସାହୁ, ତପନ ଗୁରୁ, ସୁଶାନ୍ତ ସାହୁ, ମନୋରଞ୍ଜନ ପ୍ରଧାନ, ଅମ୍ବୁଜ ଦାସ ସହ ଅନେକ ସହପାଠୀ ଛାତ୍ର ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ