Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଗ୍ରୁମିଙ୍ଗ ଛାତ୍ରଛାତ୍ରୀ ଙ୍କ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ସ୍କୁଲ ପିଲାଙ୍କ ଗ୍ରୁମିଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଆଇ,ଆଇ ଏମ୍,ସମ୍ବଲପୁର କୁ ଲୋକାର୍ପଣ କରାଯାଇଛି ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଂଚକ ରାଜସ୍ୱ ଆୟୁକ୍ତ ଶ୍ରୀ ଏ.ଆର. ଯାଦବ ଏହି ପ୍ରଶିକ୍ଷଣ ହଲ କୁ ଉଦଘାଟନ କରିଥିଲେ।ପରେ ପରେ ଗ୍ରୁମିଙ୍ଗ ଛାତ୍ରଛାତ୍ରୀ ଙ୍କୁ ତାଙ୍କ ବିଗତ ଛଅମାସ ର ପାଠ୍ୟକ୍ରମ ସମାପ୍ତି ପରେ ଯୋଗ୍ୟ ବିବେଚିତ ବିଭିନ୍ନ ୧୫ ଟି ହାଇସ୍କୁଲ ର ମୋଟ ୫୭ ,ଜଣ ଛାତ୍ରଛାତ୍ରୀ ଙ୍କୁ ଆଇ.ଆଇ. ଏମ୍ ସମ୍ବଲପୁର ର ନିର୍ଦେଶଜ ଓ ଲାଇବ୍ରେରୀ ର ସଭାପତି ଙ୍କ ଦସ୍ତଖତ ରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।ଏହି ଅବସରରରେ ଅୟୋଜିତ ସଭାରେ ଲାଇବ୍ରେରୀ ର ସଭାପତି ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ ସଭାପତିତ୍ୱ କରି ସ୍ୱାଗତ ଭାଷଣ ରେ ଗ୍ରୁମିଙ୍ଗ ପ୍ରକପ୍ପ ସମ୍ବଧରେ ସୂଚନା ପ୍ରଦାନ କରି ଆଗାମୀ ଦିନ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବାର ପ୍ରତିଶୃତି ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ,ଏସ.ଆର. ଯାଦବ,ଆଇ,ଆଇ,ଏମ୍ ର ନିର୍ଦେଶକ ମହାଦେବ ରାଓ ଜଏସ୍ୱାଲ,ଓଡିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରୋ ଶ୍ୟାମ ସୁନ୍ଦର ପଟ୍ଟନାୟକ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବୁର୍ଲା ର କୁଳପତି ପ୍ରୋ. ବିଭୂତି ଭୂଷଣ ପତି,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ.ମା ସମଲେଶ୍ବରୀ ଙ୍କୁ ପୂଜା ଅର୍ଚନା ପରେ ଆଇ।ଆଇ ଏମ ଓ ଲାଇବ୍ରେରୀ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ଯାଦବ ଲାଇବ୍ରେରୀ ଏହି ଉଦ୍ୟମ କୁ ପ୍ରସଂଶା କରି ଆଗାମୀ ଦିନ ଆଇ ଆଇ ଏମ୍ ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁ ଲାଇବ୍ରେରୀ ସହ ଅନୁବନ୍ଧିତ କରି ଶିଳ୍ପାନୁଷ୍ଠାନ ମାନଙ୍କ ସହଯୋଗ ରେ ପିଲାଙ୍କୁ କୁଶଳୀ ଓ ଦକ୍ଷତା ବୃଦ୍ଧି ପାଇଁ ପ୍ପ୍ରଶିକ୍ଷଣ ଦେବାକୁ ପରାମର୍ଶ ଦେଇଥିଲେ।ସମ୍ମନିତ ଅତିଥି ତଥା ଗ୍ରୁମିଙ୍ଗ ପ୍ରକଳ୍ପ ର ସହଯୋଗୀ ଆଇ ଆଇ ଏମ୍ ର ନିର୍ଦେଶକ ପ୍ରୋ ଜଇଶ୍ୱଲ ଆଗାମୀ ଦିନ ମାନଙ୍କରେ ଏହି କାର୍ଯ୍ୟକ୍ରମ କୁ ନିଜ ଅନୁଷ୍ଠାନ ର ସହଯୋଗ କ୍ରମେ ଅଧିକ କ୍ରିୟାଶୀଳ ଓ ଆକର୍ଷଣୀୟ କରିବାକୁ ସୂଚନା ଦେଇଥିଲେ।ଅନୁଷ୍ଠାନ ର ଉପସଭାପତି ପ୍ରୋ,ଶଙ୍କର ପ୍ରସାଦ ପତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହିଅବସରରେ ପ୍ରଶିକ୍ଷାର୍ଥୀ ହୁମେରା ବାନୋ ,ପ୍ରଜ୍ଞ, ଦୀପ୍ତି ରଂଜନ,ଜ୍ୟୋତି,ହେମଳତା, ସୋନାଲିକା, ସ୍ୱାତୀ ପରିମିତା ଓ ଶ୍ରାବଣୀ ପ୍ରମୁଖ ବିଗତ ଛମାସ ରେ ନିଜ ନିଜ ପ୍ରଶିକ୍ଷଣ ଅନୁଭୂତି ବର୍ଣନା କରିଥିଲେ, ବିଦ୍ୟାଳୟ ମୁଖ୍ୟ ଙ୍କ ତରଫରୁ ବୁଢ଼ାରଜା ହାଇସ୍କୁଲ ମୁଖ୍ୟ ସୁମିତା ପତ୍ରୀ, ଶାସନ ହାଇସ୍କୁଲ ର ତାରାବତୀ ବେହେରା ଓ ଶ୍ରୀ ଗଣେଶ ଧନୁପାଲି ହାଇସ୍କୁଲ ମୁଖ୍ୟ ବିଦୁସ୍ମିତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ର ମହତ୍ୱ ଉପରେ ଆଲୋଚନା କରିଥିଲେ।ପ୍ରୋ.ମୀନକେତନ ପାଠୀ ଏକ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥିଲେ। ଗତ ପ୍ରଶିକ୍ଷଣ ସମୟରେ ଶତ ପ୍ରତିଶତ ଉପସ୍ଥାନ ପାଇଁ ୧୩ ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ସ୍ମାରକୀ ଟ୍ରଫି ସହ ସମ୍ମନିତ କରିଥିଲେ।ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଓ କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ବିବରଣୀ ପାଠ ସହ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପୃଥିବୀରାଜ ମିଶ,ଗୋଲକ ବିହାରୀ ମିଶ୍ର, ପ୍ରଦୀପ ପଣ୍ଡା ଓ ଶିବ ସଙ୍କର ଷଡଙ୍ଗୀ,ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରୋଫାସର ରବି ନାରାୟଣ ମିଶ୍ର ଧନ୍ୟ ବାଦ ଅର୍ପଣ କରିଥିଲେ।ସଭାରେ ସମସ୍ତ ଅନୁବନ୍ଧିତ ହାଇସ୍କୁଲ ମାନଙ୍କର ମୁଖ୍ୟ, ଲାଇବ୍ରେରୀ ର ସଭ୍ୟବୃନ୍ଦ,ଅବିଭାବକ,ପ୍ରଶିକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ