Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

ସମ୍ବଲପୁର:ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ସମାଜ ସେବିକା ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବରେ ଭଟଲିର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ, ସତ୍ୟବାନ ନାଏକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତି ଆଚାର୍ଯ୍ୟ କ୍ରୀଡ଼ା ପତାକା ଉତ୍ତୋଳନ କରି କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ ଆଦି ବିଭିନ୍ନ ପ୍ରତିଯୋଗୀତା କ୍ରୀଡ଼ା ସମାରୋହକୁ ଶିକ୍ଷକ ଉଚ୍ଛବ ଭୁଏ,ଦିଲ୍ଲୀପ ପଧାନ, ଅଷ୍ଟମନ୍ୟୁ ବାରିକ,ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ, ମମତା ସାହୁ, ଜୟନ୍ତୀ ମୁନା ପରିଚାଳନା କରିଥିବା ବେଳେ ପଞ୍ଚୁଲାଲ ନାଏକ, ଅନ୍ତର୍ଯ୍ୟାମୀ ପଧାନ, ସୁଧୀର ଦେହେରୀ, କ୍ଷୀରୋଦ୍ର ନାଏକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ