Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହା ହେଲେ ଦୁଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନନ୍ୟା ଦାସ

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନନ୍ୟା ଦାସ। ଚଞ୍ଚଳ ରାଣା ବଲାଙ୍ଗୀର ଜିଲ୍ଲାପାଳ ଥିବା ବେଳେ ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ। ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂତ୍ରରୁ ପ୍ରକାଶ। ଗୌହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ବିବାହ ସମ୍ପଣ୍ଣ ହୋଇଛି। ବିବାହ ବନ୍ଧନରେ ବାନ୍ଧିହେବା ପରେ ଉଭୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ବର ବେଶରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଗତ ପେବ୍ରୁଆରୀ ୧୯ରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଚଞ୍ଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ