ରାଉରକେଲା: ଯୌନ ପିପାସୁଙ୍କ ଦେହର ଭୋକ ଆଗରେ ବଳି ପଡ଼ିଲେ ପୁଣି ଜଣେ ନାବାଳିକା । ଘଟଣା ଘଟିଛି ରାଉରକେଲା ବିସ୍ରା ଅଞ୍ଚଳରେ । ନାବାଳିକାଙ୍କ ପୁରୁଷ ବନ୍ଧୁ ତିନି ଜଣ ସାଙ୍ଗଙ୍କ ସହ ତାଙ୍କୁ ଉଠାଇ ନେଇ ଏକ ବନ୍ଦ ଘରେ ତିନି ଦିନ ଗଣଦୁଷ୍କର୍ମ କରିଛନ୍ତି । କୌଣସି ମତେ ନାବାଳିକା ଜଣଙ୍କ ଏହି ଯୌନ ରାକ୍ଷସଙ୍କ କବଳରୁ ଖସି ଆସି ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣା ଗତ ୧୭ ତାରିଖର । ନାବାଳିକା ଜଣଙ୍କ ବିସ୍ରା ଛକ ନିକଟରେ ବୁଲୁଥିଲେ । ଏହି ସମୟରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୩ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ୩ ଧରି ଗଣ ଦୁଷ୍କର୍ମ କରୁଥିଲେ । ଗତରାତି ଅର୍ଥାତ ୧୯ ତାରିଖ ଦିନ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସି ଆସି ଉଦିତନଗର ଥାନାରେ ଅଭିଯୋଗ କରିଥିଲେ । ଖବର ପାଇବା ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ଗତ ୨ ମାସ ଭିତରେ ରାଉରକେଲାରେ ବିସ୍ରାମୁଣ୍ଡା ଥାନା ଓ ରଘୁନାଥପାଲି ଥାନା ଅଞ୍ଚଳରେ ସମାନ ଘଟଣା ଘଟିଥିଲା । ନାବାଳିକାଙ୍କୁ ଉଠାଇ ଆଣି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ରାଉରକେଲା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି ।