Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ହେଲେ ହିମାଂଶୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଏବଂ ସାଧାରଣ ସମ୍ପାଦକ ସରୋଜ ସାହୁ

ସମ୍ବଲପୁର: ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରେଙ୍ଗାଲି ନୂଆ ରମ୍ପେଲାସ୍ଥିତ ମିଶ୍ର ଇଣ୍ଟରପ୍ରାଇଜେସ୍ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସମ୍ବଲପୁର ଜିଲ୍ଲା ଶାଖାର ୯ ଗୋଟି ବ୍ଲକ ଶାଖାର ଶତାଧିକ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ଭାବେ ହିମାଂଶୁ ଶେଖର ମିଶ୍ର ପୁଣିଥରେ ମନୋନୀତ ହୋଇଛନ୍ତି। ଠିକ୍‌ ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତ କର ଏବଂ ଉପସଭାପତି ଭାବେ ନରେଶ ମାହାଣI, ଶିଶିର ସାହୁ, ପ୍ରଦୀପ ନାୟକ,ଏବଂ ସନ୍ତୋଷ ସାହୁ ଉପସଭାପତି ଭାବେ ମନୋନୀତ ହୋଇଥିବାବେଳେ ଅଶୋକ ପଟେଲ, ଅଙ୍କିତ ସାହୁ, ଅମଳେନ୍ଦୁ ନାୟକ ଓ ବାଦଶାହା ଜୁସମନ ରାଣI ସହସଂପାଦକ ଓ ବିରାଜ ମିଶ୍ର କୋଷାଧ୍ୟକ୍ଷ ହୋଇଛନ୍ତି। ସୁଧାଂଶୁ ଶେଖର ମହାରଣା, ସଞ୍ଜୟ ପାଗୋଡା, ମହାବୀର ସିଂହ ଦେଓ, ରବୀନ୍ଦ୍ର ନାଥ ପ୍ରଧାନ, ନବୀନ ଦାଶ, ଗୁଣମଣୀ ବିଶ୍ୱାଳ, ସତ୍ୟଜିତ ମହାପାତ୍ର ଓ ହରି ଶଙ୍କର ମିଶ୍ର କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ସରୋଜ ସାହୁ ଏବଂ ସତ୍ୟଜିତ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ସମୁଦାୟ ୫୪ ଖଣ୍ଡ ଭୋଟରୁ ସରୋଜ ସାହୁ ୪୬ ଖଣ୍ଡ ଭୋଟ ପାଇଥିବାବେଳେ ସତ୍ୟଜିତ ୮ ଖଣ୍ଡ ଭୋଟ ପାଇଥିଲେ। ଏହାଦ୍ବାରା ସରୋଜ ସାହୁ ସାଧାରଣ ସମ୍ପାଦକ ଭାବେ ପୁନଶ୍ଚ ନିର୍ବାଚିତ ହୋଇଛନ୍ତି। ରେଙ୍ଗାଲିର ବରିଷ୍ଠ ଓକିଲ ଲଳିତ କୁମାର ଜେନା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ତାଙ୍କୁ ଉପଦେଷ୍ଟା ଦଳ ପଶ୍ଚିମ ଓଡିଶା ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସାଧବ ପ୍ରଧାନ, ସୁଧାଂଶୁ ଶେଖର ମହାରଣା, ଅଶୋକ ଗୁରୁ ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନକଲ୍ୟାଣକାରୀ ସାମାଜିକ କାର୍ଯ୍ୟକ୍ରମ, ସାମ୍ବାଦିକଙ୍କ ସାମୁହିକ ବିକାଶ ପାଇଁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ସଂଘ ପକ୍ଷରୁ ନିରବଛିନ୍ନ ଭାବରେ ଉଦ୍ୟମ ଜାରି ରହିବ ବୋଲି ନବନିର୍ବାଚିତ ସଭାପତି ହିମାଂଶୁ ଶେଖର ମିଶ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।
ସାଧାରଣ ପରିଷଦ ବୈଠକ ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ ଏବଂ ଓଡିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହାପରେ ସାଧାରଣ ସମ୍ପାଦକ ସରୋଜ ସାହୁ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ସାଧାରଣ ପରିଷଦ ସଭାରେ ସାମ୍ବାଦିକ ମାନଙ୍କ ହିତ ଦୃଷ୍ଟିରୁ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା।