ଲୋକ ମହୋତ୍ସବ ଆୟୋଜନ ନେଇ ଜିଲାପାଳଙ୍କ ସମୀକ୍ଷା:୨୫ ରେ ହେବ ଚିତ୍ର କର୍ମଶାଳା ୨୩ ଓ ୩୦ରେ ଆଲୋଚନା ଚକ୍ର, ଡିଜିଟାଲ ପ୍ରଚାର ପ୍ରସାରକୁ ଗୁରୁତ୍ୱ


ସମ୍ବଲପୁର:ଆସନ୍ତା ଜାନୁଆରୀ ୪ ତାରିଖରୁ ଆୟୋଜିତ ହେବାକୁ ଥ‌ିବା ବେଳେ ଶନିବାର ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକରେ ସମସ୍ତ କମିଟି ନିଜର ବଜେଟ ଏବଂ କାର୍ଯ୍ୟକ୍ରମ ଆୟୋଜନ ରେ ଅଗ୍ରଗତି ସଂପର୍କରେ ମତାମତ ଉପସ୍ଥାପନ କରିଥିଲେ। ବୈଠକରେ ଆସନ୍ତା ରବିବାର ଦିନ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ଉଦଘୋଷକ ଉଦଘୋଷିକା ଚୟନ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ଉଦଘୋଷକ କମିଟି ସୂଚନା ଦେଇଥିଲେ। ନୂତନ ଉଦଘୋଷକ ମାନଙ୍କୁ ସୁଯୋଗ ଦେବାପାଇଁ ଚେଷ୍ଟା କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି। ଆଗ୍ରହୀ ପ୍ରତିଯୋଗୀ ମାନଙ୍କୁ ଏହି ଚୟନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଏଥିରେ ଓଡ଼ିଆ, ଇଂରାଜୀ,ହୀନ୍ଦି ଭାଷା ସହ ସମ୍ବଲପୁରୀ କୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଡିସେମ୍ବର ୨୫ ତାରିଖରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚିତ୍ର କର୍ମଶାଳା ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଛି। ଏଥିରେ ସମସ୍ତ ସ୍କୁଲ ଏବଂ କଲେଜରେ ଛାତ୍ରୀଛାତ୍ରଙ୍କୁ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଯେଉଁମାନେ ପ୍ରଦର୍ଶନୀ ପାଇଁ ଚିତ୍ର ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ଉପ କମିଟୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଚଲିତ ବର୍ଷ ଲୋକ ମହୋତ୍ସବ ପ୍ରଦର୍ଶନୀ ରେ ରଙ୍ଗୋଲୀ ଏବଂ ଝୋଟି ମଧ୍ୟ ପ୍ରଦର୍ଶନ କରାଯିବ ବୋଲିି ଜଣାପଡିଛି । ସେହିପରି ବିଭିନ୍ନ କମିଟି ନିଜର ଯୋଜନା ଉପସ୍ଥାପନ କରି ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରଶାସନ କୁ ଅନୁରୋଧ କରିଥିଲେ। ବୈଠକରେ ମହାନଗର ନିଗମ କମିଶନର ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ, ଉପଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଜିଲା କ୍ରୀଡା ଅଧିକାରୀ ସତ୍ୟ ନାରାୟଣ ତାଣ୍ଡି, ଲୋକ ମହୋତ୍ସବ୨୦୨୫ର ସଂଯୋଜକ ପ୍ରଫୁଲ୍ଲ ହୋତା ଙ୍କ ସମେତ ସମସ୍ତ କମିଟି ର କର୍ମକର୍ତ୍ତା ବୈଠକରେ ସାମିଲ ହୋଇଥିଲେ।
ଏହି ଅବସରରେ ସମ୍ବଲପୁର‌ ଲୋକ ମହୋତ୍ସବ ପାଇଁ ଅତିଥି ମାନଙ୍କ ଦ୍ବାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା।
ଲୋକ ମହୋତ୍ସବ ର ଆଲୋଚନା ଚକ୍ର ସମ୍ବଲପୁର ସମେତ ରେଢ଼ାଖୋଲ ଏବଂ କୁଚିଣ୍ଡା ଉପଖଣ୍ଡରେ ଅନୁଷ୍ଠିତ ହେବ। ଚଳିତ ମାସ ୨୩ ତାରିଖରେ ରେଢ଼ାଖୋଲ ଉପଖଣ୍ଡର ନାକଟିଦେଉଳ କଲେଜ ଏବଂ ୩୦ ତାରିଖ ରେ କୁଚିଣ୍ଡା ଉପଖଣ୍ଡର କୁଚିଣ୍ଡା କଲେଜ୍ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ବିଷୟ- ଉପଖଣ୍ଡରେ ଲୋକ ନାଟକର ସ୍ଥିତି ଓ ବିକାଶ ରହିଛି।