Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଧନୁଯାତ୍ରା ମହା ସମାରୋହରେ ହେଉଛି ଅନୁଷ୍ଠିତ

ସମ୍ବଲପୁର:ଚିପିଲିମା ଠାରେ ମଁl ଘଣ୍ଟେଶ୍ୱରୀ ଧନୁଯାତ୍ରା ମହୋତ୍ସବ ତୃତୀୟ ସନ୍ଧ୍ୟାର ଧନୁଯାତ୍ରା ଉତ୍ସବ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣ ବଳରାମ ଙ୍କୁ କଲେ ବଳେ ହତ୍ୟା କରି କାଳ ଜୟୀ ହେବାକୁ ଇଛା ରଖିଥିବା ମହାପ୍ରତାପୀ କଂସ ଦେବର୍ଷୀ ନାରଦ ଙ୍କ ପରାମର୍ଶ କ୍ରମେ ବିରାଟ ଧନୁଯାତ୍ରା ର ଆୟୋଜନ ପାଇଁ ପ୍ରସ୍ତୁତି, ଗୋପ ପୁରରୁ ଦୁଇ ଭାଇ କୃଷ୍ଣ ବଳରାମ ଙ୍କୁ ମଥୁରା କୁ ଆମନ୍ତ୍ରଣ କରିବା ପାଇଁ ଭକ୍ତ ଶିରୋମଣି ଅକ୍ରୁର ର ଙ୍କୁ ଚିତାଉ ଦେଇ ଗୋପପୁରକୁ ପ୍ରେରଣ କରିବା ଦୃଶ୍ୟ ଓ ଅଭିନୟ ଖୁବ ମନଛୁଆଁ ହୋଇଥିଲା।ତୃତୀୟ ସନ୍ଧ୍ୟାରେ ରାଜ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଚିପିଲିମା ପଞ୍ଚାୟତ ହାଇ ସ୍କୁଲ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପ୍ରସାଦ ଦାଶ, ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) ସମ୍ବଲପୁର ଜିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ସରୋଜ କୁମାର ସାହୁ, ରାଜ୍ୟ ଉପସଭାପତି ସୁକାନ୍ତ ମହାପାତ୍ର, ବିଜେଡି ବ୍ଲକ ଯୁବ ସଭାପତି ବୁଲୁ ମିଶ୍ର, ଚିତ୍ତରଞ୍ଜନ ମହତ୍ତମ, ପରେଶ ପ୍ରଧାନ,ସଞ୍ଜୀବ ପାଣିଗ୍ରାହୀ,ଲଳିତ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। ଯୋଗଦେଇଥିବା ବେଳେ ଅନ୍ୟ ତମ ଅତିଥି ଭାବେ ସାମ୍ବାଦିକ ସବଶ୍ରୀ ପ୍ରଦୀପ ନାୟକ, ସୁବ୍ରତ ପାଢ଼ୀ, ସଂଜୀବ ପାଣିଗ୍ରାହୀ, ମନୋଜ ସାହୁ, ସଂଜୀବ ଠାକୁର, ଜିତୁ ନନ୍ଦ, ସଞ୍ଜୟ ପାଗଡ଼ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସର ର ସମସ୍ତ ସାମ୍ବାଦିକ ଙ୍କୁ ଜନ କଲ୍ୟାଣ କାର୍ଯ୍ୟ ପାଇଁ କମିଟି ତରଫ ରୁ ଫୁଲ ତୋଡ଼ା ତଥା ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା।