Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଓ କେନ୍ଦୁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପୋଲିସ୍ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପୋଲିସ୍ ଷ୍ଟେସନ୍ ଭାବରେ ନବୀକରଣ କରାଯାଇଛି। ନୂତନ ପୋଲିସ ଷ୍ଟେସନ ପାଇଁ ମୋଟ ୨୩ ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏହି ପ୍ରସ୍ତାବକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।

ଏହି ପୋଲିସ୍ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ ଟି ନୂତନ ପଦବୀରେ ଜଣେ ଇନ୍ସପେକ୍ଟର, ୬ ସବ୍-ଇନ୍ସପେକ୍ଟର (SI), ୩ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI), ୨ ହାବିଲଦାର୍‌ ଏବଂ ୧୧ ଜଣ କନଷ୍ଟେବଳ ଅଛନ୍ତି।

ସେହିଭଳି ରାଜ୍ୟ ସରକାର କେନ୍ଦୁଝର ଏବଂ ବଡବିଲରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ସୃଷ୍ଟି କରିଛନ୍ତି ଯେଉଁଥି ପାଇଁ ୨୪ଟି ନୂତନ ପଦବୀ ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ପ୍ରକାଶ ପାଇଛି।

ଏଭଳି ପଦକ୍ଷେପ ଫଳରେ ଏହି ଦୁଇଟି ସହରରେ ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇଟି ଟ୍ରାଫିକ୍ ପୋଲିସ୍ ଷ୍ଟେସନ୍ ପାଇଁ ସୃଷ୍ଟି ହୋଇଥିବା ୨୪ ଟି ପୋଷ୍ଟ ମଧ୍ୟରେ ୨ ଇନ୍ସପେକ୍ଟର, ୬ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ୧୬ ଜଣ କନଷ୍ଟେବଳ ଅଛନ୍ତି।