Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ସ୍ଥାପନା ହେଲା ଡଫ୍ଲର ପାଣିପାଗ ରାଡାର

ସମ୍ବଲପୁର:ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ବିମନ୍ ବନ୍ଦର ନିକଟରେ ରହିଥିବା ପାଣିପାଗ ବିଭାଗର କାର୍ଯ୍ୟଳୟ ରେ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ ଡଫ୍ଲର ରାଡ଼ାର ସ୍ଥାପନା ହେବାକୁ ଯାଉଛି । ଆସନ୍ତା ୨୨ ତାରିଖ ରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ଏହି ଡଫ୍ଲର ପାଣିପାଗ ରାଡାର ସ୍ଥାପନାର ଶୁଭାରମ୍ଭ ହୋଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମାନେ ସାମିଲ ହୋଇଥଲେ । ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡଫ୍ଲର ପାଣିପାଗ ରାଡାର ସ୍ଥାପନା ଫଳରେ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ଅଧିକ ସଠିକ୍ ଓ ତ୍ୱରିତ ହୋଇ ପାରିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଭୁବନେଶ୍ଵର ରୁ ଆସିଥିବା ପାଣିପାଗ ବିଭାଗ ର ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଡଫ୍ଲର ପାଣିପାଗ ରାଡାର ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ଡଫ୍ଲର ପାଣିପାଗ ରାଡାରର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇବା ନେଇ ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories