Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଲୋକ ମହୋତ୍ସବ : ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଆଲୋଚନାଚକ୍ର

ସମ୍ବଲପୁର: ସମ୍ବଲପୁର ଲୋକମହୋତ୍ସବ କମିଟି ଆନୁକୁଲ୍ୟରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ରେ `ରେଢାଖୋଲ ଉପଖଣ୍ଡ ସ୍ତରୀୟ ଲୋକନାଟକ-ଲୋକନ୍ରୁତ୍ୟ ର ସ୍ଥିତି ଓ ବିକାଶ´ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସେମିନାର ଉପକମିଟି ର ଆବାହକ ଅତିଶ କୁମାର ଶତପଥିଙ୍କ ପରିଚାଳନା ଓ ବରିଷ୍ଠ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବରେ ରେଢାଖୋଲ ଉପ ଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଯୋଗ ଦେଇ ଲୋକମହୋତ୍ସବରେ ସମ୍ବଲପୁରୀ ଭାଷାର ମହତ୍ତ୍ବ ସମ୍ପର୍କ ରେ ଗୁରୁତ୍ବ ଆରୋପ କରିଥିଲେ। ବିଶିଷ୍ଠ ଗବେଷକ, ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଡକ୍ଟର ଦ୍ବାରୀକା ନାଥ ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଲୋକ ନାଟକ ଲୋକନୃତ୍ୟ ର ସ୍ବରୁପ ଓ ଲୋକ ମହୋତ୍ସବରେ ଲୋକବାଦ୍ୟ ର ମୋିଳିକତା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ।ସମ୍ବଲପୁର ଲୋକମହୋତ୍ସବ ସହ ସଂଯୋଜକ ନୃତ୍ୟ ବିଷାରଦ ରଞ୍ଜନ କୁମାର ସାହୁ ଲୋକକଳା ଓ ସଂସ୍କୃତି ବିଲୁପ୍ତ ହେବାର କାରଣ ବିଷୟ ରେ ଆଲୋଚନା କରିଥିଲେ। ନାକଟିଦେଉଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ ଦୀପେନ୍ କୁମାର ପଟ୍ଟନାୟକ ଓ ଓଡିଆ ବିଭାଗ ର ମୁଖ୍ୟ ଅଧ୍ୟାପିକା ଡ ପୁଷ୍ପାଞ୍ଜଳି ରବନା ରେଢାଖୋଲ ତଥା ନାକଟିଦେଉଳ ଅଞ୍ଚଳ ର ଦଣ୍ଡ ନୃତ୍ୟ, ଖଞ୍ଜଣୀ, ଧୂନକେଲ, ଘୁଡୁକା ଓ ଆଦିବାସୀ ନାଚ ବିଷୟ ରେ ଆଲୋକପାତ କରିଥିଲେ। କଲେଜର ଛାତ୍ରୀ ରଚନା ମାଝୀ ଓ ସରୋଜିନୀ ପ୍ରଧାନ ପାଲା ତଥା ଦାସକାଠିଆ ବିଷୟ ରେ ନିବନ୍ଧ ଉପସ୍ଥାପନା କରିଥିବା ବେଳେ ରାଜେଶ ନାୟକ ଗୌଡବାଡି ନାଚ ବିଷୟ ରେ ଆଲୋଚନା କରିଥିଲେ। କବି କନ୍ଦର୍ପ ବେହେରା ପ୍ରାରମ୍ଭିକ ସୁଚନା ଦେଇଥିବାବେଳେ ସେମିନାର ଉପକମିଟି ର ସହ ଆବାହକ ରଣଜିତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ନାକଟିଦେଉଳ କଲେଜ ଛାତ୍ରୀ ପ୍ରଣତି, ରୋଜାଲିନ୍, ମଧୁସ୍ମିତା ଓ ବର୍ଷାରାଣୀ ସଂଗୀତ ଗାନ କରିଥିବା ବେଳେ ଭାରତୀ, ବିଚିସ୍ମିତା ଓ ସସ୍ମିତା ନୃତ୍ୟ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ