ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ପଣ୍ଡାପାଲି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟର ୨୦ତମ ପ୍ରତିଷ୍ଠା ଦିବସ ସହିତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ୨୧ ଓ ୨୨ ଦୁଇ ଦିନଧରି ଏହି ସମାରୋହ କାର୍ଯ୍ୟାଳୟ ପରିସରରେ ଚାଲିଥିଲା । ପ୍ରଥମ ଦିବସରେ ଅନୁଷ୍ଠାନର କର୍ମଚାରୀ ମାନଙ୍କ ଦ୍ଵାରା ରୋୟାଲ୍ କିଙ୍ଗ , ବେଙ୍ଗଲ୍‌ ଟାଇଗର , ଗରିଲା ପାୱାର , କିଙ୍ଗ କୋବ୍ରା , ଜୁରାସିକ୍ ୱ।ର୍ଲ୍ଡ ଆଦି ବିଭିନ୍ନ ସାଂସ୍କୃତିକ ଦଳରେ ବିଭକ୍ତ ହୋଇ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା । ଏଥିରେ ବିଚାରକ ଭାବରେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡା , ନାଟ୍ୟ ନିର୍ଦ୍ଦେଶକ ସୁରୁ ସାହୁ , ନତ୍ୟ ନିର୍ଦ୍ଦେଶକ ଦଶରଥ ମେହେର , ଲେପ୍ରା କୋଡିନେଟର ମାଧବ ଚନ୍ଦ୍ର ମିଶ୍ର ପ୍ରମୁଖ ରହି ମୂଲ୍ୟାଙ୍କନ କରିଥିଲେ । ବାର୍ଷିକ ଉତ୍ସବ ଉପଲକ୍ଷେ ୨୨ ତାରିଖରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସକାଳ ୯-୩୦ ମି ସମୟରେ ଆରମ୍ଭ ହୋଇ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଶିବିରକୁ ଏସଡିପିଓ ବାସୁଦେବ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l ଏଥିରେ ସର୍ବମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ସୋନପୁର ରକ୍ତଭଣ୍ଡାରରୁ ଡ଼ ବିଶ୍ଵନାଥ ରଥ , ଟିଟୁ ଭୋଇ , ଜଗତ ଦରୱାନ, ଯୁଧିଷ୍ଠିର ନାୟକ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ସଂଧ୍ୟାର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଚିଫ୍‌ ହ୍ବିପ୍ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବରେ ଆଇ ସି ଏମ୍ ଆର୍ ଭୂପାଳର ପୂର୍ବତନ ନିର୍ଦ୍ଦେଶକ ଡ.ପ୍ରଭା ଦେଶୀକନ୍ , ସୁବର୍ଣ୍ଣପୁର ସି ଡି ଏମ୍ ଏଣ୍ଡ୍‌ ପି ଏଚ୍‌ ଓ ପ୍ରଦୀପ କୁମାର ଗୁରୁ , ସି ଏସ୍ ଆର ମୁଖ୍ୟ ଆଦାନୀ ଫାଉଣ୍ଡେସନର ଜୟନ୍ତ ମହାନ୍ତି , ଜୁହାର ଫାଉଣ୍ଡେସନର ଡାଇରେକ୍ଟର ପ୍ରଦୀପ କୁମାର ପଣ୍ଡା , ଏମ୍ ଏନ୍ ସି ଏଡ୍‌ଭାଇଜରି କମିଟି ମେମ଼୍ବର ସଞ୍ଜୟ କୁମାର ପଣ୍ଡା , ସ୍ବୟମ୍ଭୂନାଥ ଖଣ୍ଡଗିରୀ , ଲେପ୍ରା ସୋସାଇଟି ଓଡିଶାର ଆମ୍ବାସେଡର ଗୋରେଖ୍ ନାଥ ସାହୁ , ଲେପ୍ରା ସୋସାଇଟି ଚେୟାରମେନ ଜଗଦୀଶ ପ୍ରଧାନ , ଲେପ୍ରା ସୋସାଇଟି ଚିଫ୍‌ ଏକ୍‌ଜିକ୍ୟୁଟିଭ୍ ପ୍ରଶାନ୍ତ ନାଏକ , ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରି ନେତ୍ର ଚିକିତ୍ସା ଦିଗରେ ଏହି ଅନୁଷ୍ଠାନର କାର୍ଯ୍ୟଧାରା ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ । ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ହେଲ୍ପ ଟୁ ଅଦର୍‌ ବିନକା , ଆର୍ୟନ ଫାଉଣ୍ଡେସନ ରେଢ଼ାଖୋଲ , ମାନବ ସେବା ସଦନ କଣ୍ଟାମାଲ , ଜନ କଲ୍ୟାଣ ଟ୍ରଷ୍ଟ ବେଲପଡା , ବୁଢାରଜା ୟଥ୍ ଆସୋସିଏସନ୍ , ମାହେଶ୍ୱରୀ ସେନା , ଶ୍ରୀୟା ଫାଉଣ୍ଡେସନ ଆଦି ଅନୁଷ୍ଠାନକୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।