Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ବ୍ଲକ ସମସ୍ତ ମଣ୍ଡିରେ ପାଣିରେ ଭାସୁଛି ଚାଷୀ ଙ୍କ ଧାନ!କ୍ଷତିପୂରଣ ଦାବିରେ ଚାଷୀକୂଳ

କଳାହାଣ୍ଡି, ୨୫/୧୨
(ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ସାତ ଗୋଟି ପ୍ୟାକ୍ସ ଅଧୀନରେ ପାଖା ପାଖି ୨୨ ଗୋଟି ମଣ୍ଡି ରହିଛି ସେଥି ମଧ୍ୟରୁ ସମସ୍ତ ମଣ୍ଡି ଗତ ଡ଼ିସେମ୍ବର ୧୬ ତାରିଖରୁ ପର୍ଯ୍ୟାୟ କ୍ରମେ ଶୁଭାରମ୍ଭ ହୋଇ ବଡ଼ କଷ୍ଟ ରେ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲି ଆସୁଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ ୩ ଦିନ ଧରି ଲଘୁଚାପ ଜନିତ ଝିପି ଝିପି ବର୍ଷରେ ପ୍ରତି ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପାଣିରେ ଭାସୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି ଏପରିକି ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ଭିଜୁଥିବା ବେଳେ ଗାଁ ଗହଳି ମାନଙ୍କରେ ହଜାର ହଜାର ଚାଷୀ ଙ୍କ ଶହ ଶହ କ୍ଵିଣ୍ଟାଲ ଧାନ କାହାର ବିଲରେ ଗଜା ହୋଇ ପଡ଼ିଛି ତ ଆଉ କାହାର ଧାନ ଅମଳ ହୋଇ ଖଳାରେ ପଡ଼ି ଗଜା ହୋଇ ସାରିଲାଣି ଏଭଳି ପରିସ୍ଥିତି ରେ ବିଭିନ୍ନ ମଣ୍ଡିକୁ ଅନୁମୋଦିତ ହୋଇଥିବା ମିଲର୍ ମାନେ ସଠିକ୍ ସମୟରେ ମଣ୍ଡିକୁ ଆସୁଥିବା ଧାନ ନ ଉଠାଇ ଅଧିକ କଟନି ଛଟନି ଉଦ୍ଧେଶ୍ୟରେ ଜାଣିଶୁଣି ବିଳମ୍ବ ଘଟାଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି ଅନ୍ୟ ପକ୍ଷରେ ଚଳିତ ୨୩ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଗାତାର ଲଘୁଚାପ ଜନିତ ବର୍ଷା ରେ ନର୍ଲା ବ୍ଲକ ର ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଥିବା ମୁଗ ,ବିରି, ହରଡ ,କପା ଭଳି ଅନେକ ଅର୍ଥକାରୀ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି ଏଣୁ ଏଭଳି ସ୍ଥିତି ରେ ରାଜ୍ୟ ସରକାର ଦେଶର ଅନ୍ନଦାତା ବୋଲାଉଥିବା ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା କୁ ହୃଦୟଙ୍ଗମ କରି ଯଥାଶୀଘ୍ର କୃଷି ଓ ରାଜସ୍ବ ବିଭାଗ ଯୁଗ୍ମ ଭାବରେ କ୍ଷୟ କ୍ଷତି ର ଆକଳନ କରି ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ର କ୍ଷତିପୂରଣ ଦେବାପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି ଜଣାଇଵା ସହ ଏହାର ତୁରନ୍ତ ଆକଳନ କରା ନ ଗଲେ ଅନେକ ଚାଷୀ ସଂଗଠନ ଓ ଚାଷୀ କୂଳ ରାଜରାସ୍ତା କୁ ଓଲ୍ଲାଇ ଵେ ବୋଲି କୃଷକ ନେତା ଦୁର୍ଯ୍ୟୋଧନ କୁମାର ଓ କୁମୁଦ ଚନ୍ଦ୍ର ନାଏକ ପ୍ରମୁଖ ଚେତା ବନି ଦେଇଛନ୍ତି